ରାଜ୍ୟରେ ନିଅଣ୍ଟିଆ ବର୍ଷା, କୃଷକଙ୍କୁ ସତର୍କ କରାଇଲା କୃଷି ବିଭାଗ

Published By : Prameya-News7 Bureau | July 10, 2023 IST

ଭୁବନେଶ୍ୱର ୧୦।୦୭ : ରାଜ୍ୟରେ ସ୍ୱଳ୍ପ ବୃଷ୍ଟି ନେଇ ଜିଲ୍ଲା କୃଷି ଅଧିକାରୀଙ୍କୁ ସତର୍କ କରାଇଲା କୃଷି ବିଭାଗ। ସ୍ୱଳ୍ପ ବୃଷ୍ଟି କୁ ଦୃଷ୍ଟିରେ ରଖି କୃଷି ବିଭାଗର କଣ୍ଟିଜେନ୍ସି ପ୍ଲାନ କରାଯାଇଛି ବୋଲି କହିଛନ୍ତି ପ୍ରେମଚନ୍ଦ ଚୌଧୁରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ,  ସ୍ୱଳ୍ପ ବୃଷ୍ଟି ହେଲେ କମ୍‌ ସମୟରେ କିପରି ଧାନ ଚାଷ କରାଯାଇପାରିବ । ସେଥିପାଇଁ ମଧ୍ୟ  ସ୍ୱଳ୍ପ କାଳୀନ ବିହନ ମହଜୁଦ ରଖାଯାଇଛି। ଅଣ ଧାନ  ଫସଲ ପାଇଁ ବି ବ୍ୟବସ୍ଥା କରାଯାଇଛି। ଆଇଏମଡିର ସୂଚନା ଅନୁସାରେ ଜୁଲାଇରେ ସ୍ଵାଭାବିକ ବର୍ଷା ହେବାର ସମ୍ଭାବନା ରହିଛି। କୃଷି ଅଧିକାରିଙ୍କୁ ନିର୍ଦ୍ଦେଶ ଦିଆଯାଇଛି,  ସ୍ଥିତି ଅନୁଧ୍ୟାନ କରିବେ । କେଉଁଠି  କଣ  ସ୍ଥିତି ରହିଛି ରିପୋର୍ଟ ଦେବେ ।

wp:embed {"url":"https://www.prameyanews7.com/cashew-nuts-uses-benefits-side-effects/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cashew-nuts-uses-benefits-side-effects/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.