ବର୍ଷା ସମ୍ଭାବନା ନେଇ ୬ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ
28/09/2018 at 3:18 PM

ଭୁବନେଶ୍ୱର ୨୮/୯ : ସମ୍ଭାବ୍ୟ ବର୍ଷା ପାଇଁ ୬ ଜିଲ୍ଲାକୁ ସତର୍କତା ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ | ମୟୁରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର ଏବଂ ଢେଙ୍କାନାଳରେ ଆଜି ସନ୍ଧ୍ୟା ସୁଦ୍ଧା ବର୍ଷା ହେବାର ସମ୍ଭାବନା ରହିଛି | ଘଡଘଡି ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି | ଅପରାହ୍ନ ୫.୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ |