oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଛାଡିବନି ବର୍ଷା, ଉପକୂଳ ସମେତ ୫ ଜିଲ୍ଲାରେ ଛେଚିବ

14/01/2022 at 7:39 AM

ଭୁବନେଶ୍ୱର,୧୪/୦୧: ରାଜ୍ୟରେ ବର୍ଷା ଜାରି ରହିବ । ଶୁକ୍ରବାର ଉପକୂଳ ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡ଼ା ଓ କୋରାପୁଟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶନିବାର ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ବି ରହିଛି ।

ବୁଧବାର ରାତି ଓ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଯାଜପୁର ଜିଲ୍ଲା ବଡ଼ଚଣାରେ ସର୍ବାଧିକ ୭୦ ମିଲିମିଟର ବର୍ଷା ହୋଇଛି । ବୁଧବାର ରାତିରୁ ଗୁରୁବାର ସକାଳ ସାଢ଼େ ୮ଟା ସୁଦ୍ଧା ଯାଜପୁର ଜିଲ୍ଲାରେ ହାରାହାରି ୧୯.୬, ଭଦ୍ରକରେ ୧୮.୧, ନବରଙ୍ଗପୁରରେ ୧୫.୫, କଟକରେ ୧୪.୨, ରାୟଗଡ଼ାରେ ୧୩, ଗଜପତିରେ ୧୨.୨, କନ୍ଧମାଳରେ ୧୧.୫, ନୂଆପଡ଼ାରେ ୧୧.୩ ମିଲିମିଟର ବର୍ଷା ହୋଇଛି ।

ସେହିଭଳି ତାଳଚେରରେ ୨୩ ମିମି, ଭଦ୍ରକରେ ୨୬, ଧାମନଗରରେ ୨୫, ଭଣ୍ଡାରୀପୋଖରୀରେ ୨୨, ବେଲପଡ଼ାରେ ୨୬, ନରସିଂହପୁରରେ ୩୫, କଟକ ସଦରରେ ୩୩, ମାଲକାନଗିରିରେ ୩୦ମିଲିମିଟର ବର୍ଷା ହୋଇଛି । ଗୁରୁବାର ସକାଳ ୮ଟାରୁ ଅପରାହ୍‌ଣ ଯାଏ ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇଛି। ଭବାନୀପାଟଣାରେ ୫.୬ ମିମି ଓ ଟିଟିଲାଗଡ଼ରେ ୩.୨ ମିମି ବର୍ଷା ହୋଇଛି ।

ଶନିବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ କୁହୁଡ଼ି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

   Related Posts