oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା

15/08/2022 at 9:00 AM

ଭୁବନେଶ୍ୱର,୧୫/୮ : ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି । ସୋମବାର ସକାଳ ଯାଏ ଭୀଷଣ ବର୍ଷା ଜାରି ରହିବ । ଏଥିପାଇଁ ୧୨ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାରଠାରୁ ରାଜ୍ୟରେ ବର୍ଷା କମିବ ।

କେବଳ ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । କିନ୍ତୁ ରାଜ୍ୟ ଉପରେ ଲଘୁଚାପର ପ୍ରଭାବ କମିବା ଯୋଗୁ ଆଉ ବିସ୍ତୃତ ଅଞ୍ଚଳରେ ବର୍ଷା ହେବନି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍ଡି) ଏହି ପୂର୍ବାନୁମାନ କରିଛି । ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୧୫ରେ ଛତିଶଗଡ଼କୁ ଲାଗିଥିବା କିଛି ଜିଲ୍ଲାରେ ବର୍ଷା ହେବ ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ନୂଆପଡ଼ାରେ ଅଧିକ ବର୍ଷା ହୋଇପାରେ । ଛତିଶଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ମହାନଦୀର ଉପରମୁଣ୍ଡରେ ଅଧିକ ବର୍ଷା ରହୁଛି । ଏହା ମହାନଦୀ ସମେତ ଏହାର ଶାଖା ନଦୀରେ ଜଳସ୍ତର ବଢ଼ାଇବ । ଅବପାତ ପ୍ରଭାବରେ ରବିବାର ରାଜ୍ୟରେ ପ୍ରବଳ ବର୍ଷିଛି । ଦୁଇ ବ୍ଲକ୍ରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଜଗତସିଂହପୁରର ଏରସମାରେ ୨୧୫ ଓ ସୁନ୍ଦରଗଡ଼ର ହେମଗରିରେ ୨୦୪ ମିମି ବର୍ଷା ହୋଇଛି ।

ଜଗତସିଂହପୁର ଜିଲ୍ଲାରେ ୧୩୨, ସୁନ୍ଦରଗଡ଼ରେ ୧୦୦, ପୁରୀରେ ୯୨, ସୋନପୁରରେ ୭୫, କଟକରେ ୭୪, ସମ୍ବଲପୁରରେ ୬୯, ବରଗଡ଼ରେ ୬୩, କେନ୍ଦୁଝରରେ ୬୨, କନ୍ଧମାଳରେ ୬୦ ଓ ଝାରସୁଗୁଡାରେ ୫୭ ମିଲିମିଟର ବର୍ଷା ହୋଇଛି । ଅଧିକାଂଶ ଜିଲ୍ଲାରେ ୩୦ରୁ ୪୦ ମିମିରୁ ଅଧିକ ବର୍ଷା ହୋଇଛି । ରାଜ୍ୟରେ ହାରାହାରି ବର୍ଷା ପରିମାଣ ୫୪.୫ମିମି ରହିଛି । ସ୍ୱାଭାବିକ ବର୍ଷା ତୁଳନାରେ ଏହା ୩୭୭% ଅଧିକ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଜଗତସିଂହପୁର ଜିଲ୍ଲାରେ ସ୍ୱାଭାବିକ ବର୍ଷା ତୁଳନାରେ ୧୬୧୮% ଅଧିକ ବୋଲି ତଥ୍ୟ ଦିଆଯାଇଛି ।

   Related Posts