ଓଡିଶାର ଦକ୍ଷିଣ ଉପକୂଳ ଉପରେ ଘୂର୍ଣ୍ଣିବଳୟ : ଆଗାମୀ ୩ଦିନ ଯାଏଁ ଲାଗି ରହିବ ବର୍ଷା

Published By : Prameya-News7 Bureau | October 08, 2019 IST

ଭୁବନେଶ୍ବର ୮।୧୦: ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଓଡିଶା ଛୁଇଁଥିବାବେଳେ ଫେରିବା ମଧ୍ୟ ବିଳମ୍ବ ହୋଇଛି । ଆସନ୍ତା ୪୮ ଘଣ୍ଟା ପରେ ଉତ୍ତର ପଶ୍ଚିମ ଭାରତରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ ।

ସେପଟେ ଦକ୍ଷିଣ ଉପକୂଳ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଆଗାମୀ ୩ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।

ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏହାସହ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, କଟକ, ନୟାଗଡ, କଳାହାଣ୍ଡି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

ଟ୍ବିନ୍ ସିଟିରେ ବର୍ଷା ହେଉଥିବାବେଳେ ୩ଟା ପରଠୁ ଘଡଘଡି ସହ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ ମନ୍ଦିରା ଡ୍ୟାମରେ ୭୮.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.