୪ଟି ଜିଲ୍ଲାରେ ବର୍ଷା ଆଶଂକା, ପୁଣି ଏକ ବାତ୍ୟା ଆସୁଥିବା ଖବର ଏକ ଗୁଜବ ବୋଲି କହିଲେ ଏସଆରସି
Published By : Prameya-News7 Bureau | October 15, 2018 IST
ଭୁବନେଶ୍ବର୧୫|୧୦: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ତେବେ ଅପରାହ୍ନ ୫.୪୫ ପର୍ଯ୍ୟନ୍ତ ଏହି ଜିଲ୍ଲାବାସୀ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ୪ ଜିଲ୍ଲା ହେଲା ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି । ଏହି ସବୁ ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ପୁଣି ବଂଗୋପ ସାଗରରେ ଆଉ ଏକ ବାତ୍ୟା ଦାନା ବାନ୍ଧୁଚି ବୋଲି ସାମାଜିକ ଗଣ ମଧ୍ୟରେ ଖବର ପ୍ରକାଶ ପାଇଛି । ଏହି ଖବର ସମ୍ପୂର୍ଣ୍ଣ କପୋଳ କଳ୍ପିତ ବୋଲି ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି । ଏଭଳି ଗୁଜବ ପ୍ରଚାରରୁ ନିବୃତ୍ତ ରହିବା ପାଇଁ ମଧ୍ୟ ସେ ତାଗିଦ କରିଛନ୍ତି । ଗୁଜବ ପ୍ରଚାର କରୁଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ସେଠୀ କହିଛନ୍ତି । ରିଲିଫ କମିଶନ ସଂପୃକ୍ତ ଖବରଟିକୁ ନିଜ ଫେସ୍ ବୁକ ପେଜ୍ ରେ ସେର କରିବା ସହ ଏହା ଏକ ଗୁଜବ ବୋଲି ମଧ୍ୟ ଦର୍ଶାଇଛନ୍ତି।