ଆଜି ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା : ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ
27/01/2019 at 8:52 AM

ଭୁବନେଶ୍ବର ୨୭|୧: ଆଜି ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୭ଟି ଜିଲ୍ଲା ହେଲା ସୁନ୍ଦରଗଡ, ଝାରସୁଗୁଡା, ନୂଆପଡା, ବରଗଡ, ନବରଙ୍ଗପୁର, କଳାହାଣ୍ଡି ଓ ବଲାଙ୍ଗୀର । ଆସନ୍ତା ୪୮ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ, ଦକ୍ଷିଣ ଏବଂ ଉତ୍ତର ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ତେବେ ଉପକୂଳ ଓଡିଶାରେ ୨ରୁ ୩ଦିନ ଯାଏଁ କୁହୁଡିର ପ୍ରଭାବ ରହିବ । ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କୁହୁଡି ଦେଖିବାକୁ ମିଳିଛି ।
Related Posts
ଆହୁରି ତିନି ଦିନ କୁହୁଡିରୁ ନାହିଁ ନିସ୍ତାର, ପ୍ରଭାବ ପକାଇବ ପଶ୍ଚିମା ଝଡ
19 January 2023
ବିଯୁକ୍ତ ତାପମାତ୍ରାରେ ବି ଦିଲ୍ଲୀରେ ହୁଏନି ହୀମପାତ, ଜାଣନ୍ତୁ କାହିଁକି ?
17 January 2023
ମଙ୍ଗଳବାରଠୁ ରାଜ୍ୟରେ ହାଲୁକା ବର୍ଷା, ୭ ଜିଲ୍ଲାରେ ଘନକୁହୁଡି ଆଶଙ୍କା
17 January 2023