ଆସନ୍ତା ୨୮ରୁ ୩୦ତାରିଖ ମଧ୍ୟରେ ଉପକୂଳ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

Published By : Prameya-News7 Bureau | October 25, 2018 IST

ଭୁବନେଶ୍ବର ୨୫|୧୦: ଆସନ୍ତା ୨୭ ତାରିଖରେ ଚେନ୍ନାଇ ଆଖପାଖ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଲଘୁଚାପରେ ପରିଣତ ହୋଇପାରେ । ପ୍ରଭାବରେ ଉପକୂଳ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ୨୮ରୁ ୩୦ ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାର ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରେ ବାୟୁମଣ୍ଡଳରେ ରହିଥିବା ଟ୍ରଫ୍ ପ୍ରଭାବରେ ସାମାନ୍ୟ ବୃଷ୍ଟିପାତ ହୋଇଛି । ଗତକାଲି ସନ୍ଧ୍ୟାରେ ଭୁବନେଶ୍ବର ଓ ଏହାର ଆଖପାଖ କିଛି ସ୍ଥାନରେ ସାମାନ୍ୟ ବର୍ଷା ହେ।ଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.