ଅସମ୍ଭାଳ ଶୀତରେ ଅସ୍ତବ୍ୟସ୍ତ ଜନଜୀବନ, ଆଜି ରାଜ୍ୟର କେତେକ ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା

Published By : Prameya-News7 Bureau | January 01, 2020 IST

ଭୁବନେଶ୍ବର ୧।୧: ଥରୁଛି ସାରା ଭାରତ । ଉତ୍ତର, ପଶ୍ଚିମ ଏବଂ ମଧ୍ୟ ଭାରତ ସମେତ ଓଡିଶାରେ ଅସହ୍ୟ ଥଣ୍ଡା ଜାରି ରହିଛି । ଅସମ୍ଭାଳ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ । ଦିଲ୍ଲୀର ତାପମାତ୍ରା ପ୍ରତିଦିନ ରେକର୍ଡ ଭାଙ୍ଗୁଥିବା ବେଳେ, ପୂରା ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି । ରାଜ୍ୟର ୧୪ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି ।

{"id":205256,"width":577,"height":369,"sizeSlug":"large"}

କୋହଲା ପବନ କମିଛି, ଖରା ତାତି ବି ବଢ଼ିଛି । କିନ୍ତୁ ଜାଡରୁ ନିସ୍ତାର ନାହିଁ ।ଉପାନ୍ତରୁ ଉପକୂଳ ସବୁଠି ଅସମ୍ଭାଳ ଶୀତ । ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗକୁ ଆସୁଛି ବର୍ଷା । ଆଜି ରାଜ୍ୟର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ କୁଆପଥର ପଡିବାର ସମ୍ଭାବନା ରହିଛି । ୨ ଏବଂ ୩ ତାରିଖରେ ସୁନ୍ଦରଗଡ, ଦେବଗଡ, ଅନୁଗୋଳୁ, ଖୋର୍ଦ୍ଧା, ସୋନପୁର ଏବଂ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ବର୍ଷା ପରେ ପାରଦ ଆହୁରି ଖସିବ । ୧ ରୁ ୨ ଡିଗ୍ରୀ ପାରଦ ଖସିବା ସହ ଥଣ୍ଡା ଅନୁଭୂତ ହେବ ।

{"id":205257,"sizeSlug":"large"}

ରାଜ୍ୟର ୧୪ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ୫ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଥଣ୍ଡା ସହର । ସୋନପୁରରେ ୫.୬, ଦାରିଙ୍ଗିବାଡିରେ ୬ ଡିଗ୍ରୀ, କେନ୍ଦୁଝର ୬.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୬.୫, ଟିଟିଲାଗଡ ୮, ଝାରସୁଗୁଡା ୮, ତାଳଚେର ୮.୬, ସମ୍ବଲପୁର ୮.୬, ହୀରାକୁଦ ୯.୬, ସୁନ୍ଦରଗଡରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବରରେ ତାରପମାତ୍ରା ୯.୮ ଏବଂ କଟକରେ ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

{"id":205258,"sizeSlug":"large"}

ଉତ୍ତର ଏବଂ ମଧ୍ୟ ଭାରତରେ ଶୀତର ପ୍ରକୋପ ବଢି ବଢି ଚାଲିଛି। ଦିଲ୍ଲୀରେ ଲଗାତର ଭାବେ ପାରଦ ୫ ଡିଗ୍ରୀ ତଳେ ରହୁଛି । ୧୧୯ ବର୍ଷର ରେକର୍ଡ ଭାଙ୍ଗିସାରିଲାଣି ଦିଲ୍ଲୀର ସର୍ଦ୍ଦି। ଅସମ୍ଭାଳ ଥଣ୍ଡାରେ ଲୋକେ କଲବଲ ହୋଇଗଲେଣି । ପ୍ରବଳ କୁହୁଡି ଯୋଗୁଁ ବିମାନ ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀ ବିମାନବନ୍ଦରରୁ ୪୫୦ ଉଡ଼ାଣ ବିଳମ୍ବ ହେଉଥିବା ବେଳେ ୨୧ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି । ସେହିଭଳି ୪୦ଟି ବିମାନର ଉଡାଣକୁ ବାତିଲ କରି ଦିଆଯାଇଛି । ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ଶୀତ ପ୍ରବଳ ଅନୁଭୂତ ହେଉଛି ।

{"id":205259,"sizeSlug":"large"}

ଜାମ୍ମୁକାଶ୍ମୀର, ଲେହ-ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ତ ପାରଦ ଆଉ ଉଠୁନି । ରାସ୍ତାଘାଟ, ଗଛରେ ବରଫର ଆସ୍ତରଣ ଜମିଥିବା ଦେଖିବାକୁ ମିଳିଛି । ପ୍ରବଳ ତୁଷାରପାତ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.