ବଡଦିନକୁ ଭିଜାଇପାରେ ବର୍ଷା, ଡିସେମ୍ବର ୨୪ରୁ ୨୭ପର୍ଯ୍ୟନ୍ତ ବର୍ଷା ଆଶଙ୍କା

Published By : Prameya-News7 Bureau | December 22, 2019 IST

ଭୁବନେଶ୍ବର ୨୨।୧୨: ବଡଦିନକୁ ଭିଜାଇପାରେ ବର୍ଷା । ଭୂମଧ୍ୟସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଝଡ଼ ଏବେ ପୂର୍ବାଞ୍ଚଳମୁହାଁ ହୋଇଥିବାରୁ ଏହାର ପ୍ରଭାବରେ ଡିସେମ୍ବର ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ସମ୍ବଲପୁର, ଢେଙ୍କାନାଳ, ଅନୁଗୋଳ, ଯାଜପୁର ଓ କଟକ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାମାନଙ୍କରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ସେପଟେ ଏବେ ରାଜ୍ୟରେ ଜୋର୍ ରେ ଶୀତ ଅନୁଭୂତ ହେବ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ କମିବ । ତେବେ ବର୍ଷା ହେଲେ ତାପମାତ୍ରା ବୃଦ୍ଧି ହେବ .

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.