ଭୁବନେଶ୍ବର ୨୩।୨: କମିଲା ତାତି, ଗରମରୁ ମିଳିଲା ସାମାନ୍ୟ ଆଶ୍ବସ୍ତି । ଏହାସହ ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗୁରୁବାର ୧୮ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ଶୁକ୍ରବାର କମିଛି ତାପମାତ୍ରା । ଦକ୍ଷିଣ ସାମୁଦ୍ରିକ ଶୁଷ୍କ ବାୟୁ ପ୍ରବାହ ହେଉଥିବା ସହ ଶନିବାର ପାଇଁ ୧୪ ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଶୁକ୍ରବାର ଢେଙ୍କାନାଳ, କେନ୍ଦ୍ରାପଡା, କୋରାପୁଟ ଭଳି କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ । ଶନିବାର କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ପୁରୀ ଭଳି ୧୪ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି । ସାଧାରଣତଃ ଫେବୃଆରୀ ଶେଷ ସପ୍ତାହ ବେଳକୁ ଗ୍ରୀଷ୍ମ ଆସୁଥିବା ବେଳେ ଚଳିତ ବର୍ଷ ଫେବୃଆରୀ ଆରମ୍ଭରୁ ହିଁ ଅସହ୍ୟ ଗରମ ଅନୁଭବ ହୋଇଥିଲା । ୭ ଦିନ ଯାଏଁ ଗରମରୁ ନିସ୍ତାର ମିଳିବ । ରାଜଧାନୀରେ ଦିନ ୯ଟା ପରେ ୩୦ ଡେଉଁଥିଲା ତାପମାତ୍ରା । ଶୁକ୍ରବାର ଗରମ କମିଥିବା ରାଜଧାନୀବାସୀ କହିଛନ୍ତି ।
You Can Read :
wp:embed {"url":"https://www.prameyanews7.com/collision-between-108-ambulance-and-tata-ace-in-salipur/","type":"wp-embed","providerNameSlug":"prameya-news-7"} /wp:embed