ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବର୍ଷା, ୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

Published By : Prameya-News7 Bureau | July 04, 2024 IST

ଭୁବନେଶ୍ଵର: ଆସନ୍ତା ୨୪ ଘଣ୍ଟାରେ ବର୍ଷା । ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ମେଘୁଆ ପାଗ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । 

ସେପଟେ ବିଶେଷଜ୍ଞ କହିଛନ୍ତି ବର୍ତ୍ତମାନ ଆରବସାଗରରୁ ଜଳୀୟ ବାଷ୍ପର ପ୍ରଭାବ ଅଧିକ ରହୁଛି। ଦକ୍ଷିଣ  ପଶ୍ଚିମ ଦିଗରୁ ଆସୁଥିବା ବାୟୁରେ ଅଧିକ ଜଳୀୟବାଷ୍ପ ରହୁଛି । ଫଳରେ ଓଡ଼ିଶାରେ ମେଘୁଆ ପାଗ ରହୁଛି,ବର୍ଷା ହେଉଛି । ଅଳ୍ପ ତାପମାତ୍ରାରେ ଗୁଳୁଗୁଳି ୮୦ ପ୍ରତିଶତରୁ ଅଧିକ ରହୁଛି । ରାତିରେ ୧୦୦ ପ୍ରତିଶତ ରହୁଛି । ପ୍ରଭାବରେ ଦିନ ୨ରୁ ସଂଧ୍ୟା ୬ ଟା ଯାଏଁ ତୁହାକୁ ତୁହା ବର୍ଷା ହେବ । କିନ୍ତୁ ବର୍ଷାର ପରିମାଣ କମ୍ ରହିବ । ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ୭ ରେ ବଙ୍ଗୋପସାରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଅଧିକ ରହିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.