ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି

Published By : Prameya-News7 Bureau | May 19, 2022 IST

ଭୁବନେଶ୍ୱର ୧୯/୦୫: ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଖସିଛି । ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ତଳେ ରହିଛି । ଆସନ୍ତା ତିନି ଦିନ ଏଭଳି ପାଗ ରହିବ । କିନ୍ତୁ ଏହା ପରେ ତାପମାତ୍ରା ବଢ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ୩ରୁ ୪ଡିଗ୍ରୀ ବଢ଼ିଯିବ । ଆଞ୍ଚଳିକ ପାଣିପାଗ ବିଭାଗ ଏହି ପୂର୍ବନୁମାନ କରିଛି ।

ରାଜ୍ୟରେ ଦୁଇ ଦିନ ବର୍ଷା ହୋଇପାରେ । କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ।

ରାଜ୍ୟର ଅଧିକ ସ୍ଥାନରେ ବୁଧବାର ତାପମାତ୍ରା ଖସିଛି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.