ଦୁଇଦିନ ପ୍ରବଳ ବର୍ଷା, ଭିଜିବ ଏହି ସବୁ ଜିଲ୍ଲା

Published By : Prameya-News7 Bureau | September 01, 2022 IST

ଭୁବନେଶ୍ୱର, ୦୧/୦୯: ଆସନ୍ତା ଦୁଇ ଦିନ ରାଜ୍ୟରେ ବର୍ଷିବ । ୧ ତାରିଖରେ ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଏଥିପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୁରୁବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ବର୍ଷା ସମ୍ଭାବନା ଥିବାରୁ ପ୍ରଶାସନିକ କଳକୁ ପ୍ରସ୍ତୁତ ରଖିବାକୁ ଏସ୍‌ଆରସିଙ୍କ ପକ୍ଷରୁ କୁହାଯାଇଛି ।

ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ମୟୂରଭଞ୍ଜର ନୱାନାରେ ୫୨.୬, ମାଲକାନଗିରି ମାଥିଲିରେ ୪୨, ମୟୂରଭଞ୍ଜ ଶାମଖୁଣ୍ଟାରେ ୩୦, କୋରାପୁଟ କୋଟପାଡ଼ରେ ୧୩, କଟକ ମାହାଙ୍ଗାରେ ୯, ବାରିପଦାରେ ୭.୮, ଡାବୁଗାଁରେ ୭.୨ ମିଲିମିଟର ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.