ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ବଢୁଛି ଗୁଳୁଗୁଳି : ବୁଧବାର ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା

31/08/2022 at 8:16 AM

ଭୁବନେଶ୍ୱର,୩୧|୮: ଗଣେଶ ପୂଜାରେ ଉପକୂଳ ଓଡ଼ିଶା ଓ ଏହାର ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ରାଜ୍ୟରେ ମୌସୁମୀ ନିଷ୍କ୍ରିୟ ଥିବାରୁ ଦିନ ତାପମାତ୍ରା ବଢୁଛି । ଉଚ୍ଚ ଆର୍ଦ୍ରତା ଯୋଗୁ ଗୁଳୁଗୁଳି ଅନୁଭୂତ ହେଉଛି । ଏହା ପ୍ରଭାବରେ ବୁଧବାର ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ଏଭଳି ପୂର୍ବାନୁମାନ କରିଛି ।  

ଗଣେଶ ପୂଜାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧ ତାରିଖରେ ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ନୟାଗଡ଼ର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ୨ରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି ।

   Related Posts