ଦୁର୍ବଳ ହେଉଛି ଲଘୁଚାପ, ସୋମବାର ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Published By : Prameya-News7 Bureau | July 18, 2022 IST

ଭୁବନେଶ୍ୱର, ୧୮/୦୭:  ଉପକୂଳ ଓଡିଶା ଅଞ୍ଚଳରେ ଥିବା ଲଘୁଚାପ କ୍ରମଶଃ ଦୁର୍ବଳ ହେଉଛି। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଭାରତକୁ ମୁହାଁଇପାରେ । ସୋମବାର କିଛି ସ୍ଥାନରେ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ଆଶଙ୍କା ଅଛି । ତେବେ ୧୯ ଓ ୨୦ ତାରିଖରେ ରାଜ୍ୟରେ ବିଶେଷ ବର୍ଷା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଏଚ୍‌ଆର ବିଶ୍ୱାସ କହିଛନ୍ତି।

ଏବେ ରାଜ୍ୟରେ ସ୍ୱଳ୍ପ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ୧୮ରୁ ୨୦ ଯାଏ ରାଜ୍ୟରେ ହାଲୁକାରୁ ସ୍ୱଳ୍ପ ପରିମାଣର ବର୍ଷା ହେବ । ୨୧ରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ବଢ଼ିବ । ୨୩ରୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ ।

ଜୁଲାଇ ୨୦ରେ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ମୌସୁମୀ ଟ୍ରଫ୍‌ ଉତ୍ତର ଅଭିମୁଖ ହେବନି । ଏହାର ପୂର୍ବ ଭାଗ ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗର ଯାଏ ଲମ୍ବିବ । ଏହାଦ୍ୱାରା ଓଡ଼ିଶା ସମେତ ଉତ୍ତର ଭାରତରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.