Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା

5/07/2022 at 7:56 AM

ଭୁବନେଶ୍ୱର,୦୫/୦୭: ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୋମବାର ସକାଳେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିଛି । କନ୍ଧମାଳର ଜି.ଉଦୟଗିରିରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ହୋଇଛି । ବୌଦ୍ଧ, ଅନୁଗୁଳ, ବରଗଡ଼, କେନ୍ଦୁଝର, କନ୍ଧମାଳ, ସମ୍ବଲପୁର ଓ କୋରାପୁଟରେ ପ୍ରବଳ ବର୍ଷିଛି । ଆସନ୍ତା ୪ ଦିନ ଯାଏ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ମଙ୍ଗଳବାର ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ବଲାଙ୍ଗିର, ବରଗଡ଼, ନୂଆପଡ଼ା, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବୁଧବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି । ୭ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ୮ରେ ନୂଆପଡ଼ା, ନବରଙ୍ଗପୁର, କୋରାପୁଟକଳାହାଣ୍ଡି ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପଟେ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ଧୁମ ବର୍ଷିଛି । ବୌଦ୍ଧର ହରଭଙ୍ଗାରେ ୧୧୦ ମିଲିମିଟର, ଆଠମଲ୍ଲିକ, ବରଗଡ଼ ଆମ୍ବଭୋନାରେ ୧୧୦ମିମି, କେନ୍ଦୁଝରର ତେଲକୋଇରେ ୯୦ ମିମି, କନ୍ଧମାଳର କଳିଙ୍ଗାରେ ୮୦ମିମି, ରେଢାଖୋଲରେ ୭୦, କୋଟପାଡ଼, ବାଂଶପାଳ, ପୁରୁଷୋତ୍ତମପୁର ଓ କେ ନୂଆଗାଁରେ ୭୦ ମିମି ବର୍ଷା ହୋଇଛି । ଝାରସୁଗୁଡ଼ାର ଲାଇକେରା, ଗଞ୍ଜାମର ବେଲଗୁଣ୍ଠା, କନ୍ଧମାଳର ରାଇକିଆ, କେନ୍ଦୁଝର, ପାଲଲହଡା ଓ ଅତାବିରାରେ ୫୦ ମିମି ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱରରେ ବି ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ଏଠାରେ ୪୭ ମିମି ବର୍ଷା ରେକର୍ଡ ହୋଇଛି । ମାଲକାନଗିରିରେ ୨୫.୪ ଓ କେନ୍ଦ୍ରାପଡ଼ାରେ ୩୦ମିମି ବର୍ଷା ହୋଇଛି ।

ଲଘୁଚାପ ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷା ହେବ । ଏହା ଚାଷ କାମକୁ ସୁହାଇବ । ଖରିଫ୍‌ ଚାଷ ପାଇଁ ଏହା ବେଶ୍‌ ଅନୁକୂଳ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଜୁନ୍‌ ମାସ ଶେଷ ସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିମାଣ ୪୦% ଥିଲା । ଜୁଲାଇ ମାସର ପ୍ରଥମ ୪ ଦିନରେ ଏହି ନିଅଣ୍ଟିଆ ବର୍ଷାରେ ୧୧% ଭରଣା ହୋଇଛି । ୧ରୁ ୪ ଜୁଲାଇ ଭିତରେ ରାଜ୍ୟରେ ସ୍ୱାଭାବିକ ଭାବେ ୨୫୬ ମିମି ବର୍ଷା ହେବା କଥା । କିନ୍ତୁ ୧୮୧ ମିମି ବର୍ଷା ହୋଇଛି । ୨୯% କମ୍‌ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ କୁହାଯାଇଛି ।

   Related Posts