scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨ ଦିନ ଯାଏଁ କାଁ ଭାଁ ବର୍ଷା, ବୁଧବାରଠୁ ଛେଚିବ

2/08/2021 at 7:57 AM

ଭୁବନେଶ୍ୱର, ୦୨/୦୮: ଆସନ୍ତା ଦୁଇ ଦିନ ରାଜ୍ୟରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ଅଛି । ଦିନବେଳା ପାଗ ଶୁଖିଲା ରହିବ । ସନ୍ଧ୍ୟାରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ ସୋମବାର ଓ ମଙ୍ଗଳବାର ରାଜ୍ୟରେ ଅଧିକ ବର୍ଷା ହେବନି । ଦୁଇ ଦିନ ରାଜ୍ୟରେ ଏଭଳି ପାଗ ରହିବ । ବୁଧବାରଠୁ ପାଗ ବଦଳିବା ସହିତ ବର୍ଷା ବଢ଼ିବ ।

ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ସୋମବାର ରାଜ୍ୟରେ ଖରା ରହିବ । ସନ୍ଧ୍ୟାରେ କାଁ ଭାଁ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବିଶେଷ ବର୍ଷାର ସମ୍ଭାବନା ନାହିଁ । ତେବେ ୪ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର ଓ ଦେଓଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁରରେ ୫୦ ମିଲିମିଟର ବର୍ଷା ହୋଇଥିବା ବେଳେ ଇନ୍ଦ୍ରାବତୀରେ ୨୪ ମିଲିମିଟର, ପଟ୍ଟାଙ୍ଗୀରେ ୨୨ ମିଲିମିଟର, କୋରବାରେ ୧୯ ମିଲିମିଟର, ଜଳପୁଟରେ ୧୫ ମିଲିମିଟର, ରେମାଳରେ ୧୪ ମିଲିମିଟର, ଝାରସୁଗୁଡ଼ାରେ ୧୨ ମିଲିମିଟର, ନାକଟିଦେଉଳରେ ୧୧ ମିଲିମିଟର ବର୍ଷା ହୋଇଥିବା ରାଜ୍ୟ ଜଳସମ୍ପଦ ବିଭାଗ ରେକର୍ଡ କରିଛି ।

   Related Posts