କାଳବୈଶାଖୀର ତାଣ୍ଡବଲୀଳା : ବର୍ଷାରେ ଭିଜିଲା ଗାଁ, ଉଡିଗଲା ଆଜବେଷ୍ଟ
25/05/2023 at 8:11 AM

ନାରାୟଣପାଟଣା ୨୫।୦୫ : କୋରାପୁଟ ନାରାୟଣପାଟଣା ବ୍ଲକରେ କାଳବୈଶାଖୀର ତାଣ୍ଡବଲୀଳା। ବର୍ଷାରେ ଭିଜିଲା ଗାଁ। ଉଡ଼ିଗଲା ଅଧା ଗାଁର ଆଜବେଷ୍ଟ । ଚିନ୍ତାରେ ଲୋକେ ।

ଖବର ଅନୁଯାୟୀ, ଲଙ୍ଗଳବେଡା ପଞ୍ଚାୟତ କାଙ୍କଣପୁଟ ଗାଁରେ କାଳବୈଶାଖୀ କ୍ଷୟକ୍ଷତି କରିଛି। ଗାଁର ୧୨ଟି ଘର କ୍ଷତିଗ୍ରସ୍ତ ହୋଇଛି । ସେହିପରି ତେନ୍ତୁଳିପଦର ପଂଚାୟତର ଡୁମୁରୀପଦର ରାସ୍ତାରେ ବଡ଼ ବଡ଼ ଗଛ ପଡ଼ି ଯାତାୟତ ବନ୍ଦ ହୋଇ ଯାଇଛି । ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ପଡିଛି ।

ସେପଟେ କାଳ ବୈଶାଖୀ ସମୟରେ ବଜ୍ରାଘାତ ଘଟି ନାଳପଦରରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିିଛି। ବନ୍ଧୁଗାଁ ବ୍ଲକର ବଡ଼ମାଥୁର ଗାଁରେ ମଧ୍ୟ ଅନେକ ଘର ନଷ୍ଟ ହୋଇଥିବା ଜଣା ପଡିଛି।
Related Posts
ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ; ଜଣେ ଆହତ
29 May 2023