ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ହାଇଦ୍ରାବାଦରେ ବାଦଲ ଫଟା ବର୍ଷା : ୫୦ ମୃତ, ଜନଜୀବନ ଅସ୍ତବ୍ୟସ୍ତ

18/10/2020 at 11:38 AM

ହାଇଦ୍ରାବାଦ, ୧୮|୧୦:  ହାଇଦ୍ରାବାଦରେ ଲାଗି ରହିଛି ପ୍ରବଳ ବର୍ଷା । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି । ଏପରିକି ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି ।

ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ହାଇଦ୍ରାବାଦର ଚନ୍ଦ୍ରାୟଗୁଟ୍ଟା ଅଞ୍ଚଳ । ଏଠାରେ ବଡବଡ ଗଛ ଓ ଘର ଆଦି ଭାଙ୍ଗି ଯାଇଛି । ଏବେସୁଦ୍ଧା ହାଇଦ୍ରାବାଦରେ ୫୦ଜଣଙ୍କର ଜୀବନ ହାନି ଘଟିଛି । ଶନିବାର ମେଡଚଲ ମଲ୍କାଜାଗିରୀ ଜିଲ୍ଲାରେ ୧୫୭.୩ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ, ବାନ୍ଦଲଗୁଡାରେ ୧୫୩ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ସହରର ଅନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ।

ଗ୍ରେଟର ହାଇଦ୍ରାବାଦ ନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ରବିବାର ମଧ୍ୟ ସହରର କିଛି ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ।

ଏତତ୍ ବ୍ୟତୀତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇ ଏସ ଜଗନମୋହନ ରେଡ୍ଡି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖି ୨୨୫୦ କୋଟି ଟଙ୍କାର ସହାୟତା ରାଶି ମାଗିଛନ୍ତି । ଜଗନମୋହନ କହିଛନ୍ତି ଯେ, ଅକ୍ଟୋବର ୯ରୁ ୧୩ ରେ ହୋଇଥିବା ବର୍ଷା ଓ ତାପରେ ଆସିଥିବା ବନ୍ୟା ପାଇଁ ପ୍ରାୟ ୪୪୫୦ କୋଟି ଟଙ୍କାର କ୍ଷତି ହୋଇଛି । ରାସ୍ତାଘାଟ, ସ୍କୁଲ ଘର, ବିଦ୍ୟୁତ ଖୁଣ୍ଟ ଆଦି ପ୍ରଭାବିତ ହୋଇଛି ।

ସେହିପରି ମହାରାଷ୍ଟ୍ରରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ଏଠାରେ ସ୍ଥିତି ବେହାଲ ହୋଇ ପଡିଛି । ବାରାମାତୀରେ ପ୍ରବଳ ବର୍ଷା ଫଳରେ ଏକ ପୋଲ ଭାସି ଯାଇଛି । ଫଳରେ ୧୫ଟି ଗ୍ରାମ ସହ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି ।

   Related Posts