ଅସରାଏ ବର୍ଷାରେ ବେହାଲ ରାଜଧାନୀ, ଇସ୍କନ ମନ୍ଦିର ଆଗରେ ବୁଡିଲା କାର୍
28/03/2023 at 6:15 PM

ଭୁବନେଶ୍ବର ୨୮।୩: ରାଜଧାନୀରେ ପୁଣି ବୁଡିଲା କାର । ଅସରାଏ ବର୍ଷାରେ ଇସ୍କନ ମନ୍ଦିର ଆଗରେ ବର୍ଷା ପାଣିରେ ଭାସିଲା କାର୍ । ଅସରାଏ ବର୍ଷାରେ ରାଜଧାନୀର ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ଥର ଭଳି ସାମାନ୍ୟ ବର୍ଷାରେ ଉବୁଟୁବୁ ହୋଇଛି ଇସ୍କନ ମନ୍ଦିର ସମ୍ମୁଖ ଅଞ୍ଚଳ । ରାଜଧାନୀରେ କିଛି ସମୟ ବର୍ଷା ଲାଗି ରହିବ ଫଳରେ ରାସ୍ତା ଉପରେ ଜମି ରହିଥିଲା । ଇସ୍କନ ନିକଟରେ ବର୍ଷା ଯୋଗୁଁ ଏକ କାର୍ ପାଣି ଭିତରେ ବୁଡ଼ି ଯାଇଥିବା ଦେଖିବାକୁ ମିଳିଥିଲା । ସାମାନ୍ୟ ବର୍ଷାରେ ଇସ୍କନ ମନ୍ଦିର ଆଗରେ ଏଭଳି ପରିସ୍ଥିତି ଉପୁଜୁଥିବାରୁ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଲୋକେ ଦାବି ହେଉଛି ।
ସେପଟେ ରାଜ୍ୟରେ ଆସନ୍ତା ୫ଦିନ ଯାଏଁ ଘଡ଼ଘଡ଼ି ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ।