ରାତିସାରା ଭିଜୁଛି ଭଦ୍ରକ : ବିପଦ ସଙ୍କେତ ଉପରେ ବୈତରଣୀ

Published By : Prameya-News7 Bureau | August 14, 2022 IST

ଭଦ୍ରକ, ୧୪|୦୮: ଲଘୁଚାପ ବର୍ଷା ପାଇଁ ଭିଜିଛି ଭଦ୍ରକ । ରାତି ସାରା ଅବିଶ୍ରାନ୍ତ ବର୍ଷା ହେଉଛି । ଲଗାଣ ବର୍ଷା ପାଇଁ  ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ, ସାଳନ୍ଦୀ ଓ ଏହାର ଶାଖା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । 

ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳ ସ୍ତର  ୧୭.୯୬ ମିଟରରେ ପ୍ରବାହିତ ହେଉଛି । ସେହିପରି ସାଳନ୍ଦୀ ନଦୀରେ ମଧ୍ୟ ଜଳସ୍ତର  ବାଡିଛି  । ବୈତରଣୀ ଓ ସାଳନ୍ଦୀ ନଦୀର ଶାଖା ନଦୀ ରେବ, କପାଳୀ, ଗେଙ୍ଗୁଟି, କୋଚିଳା, ଯଅ ନଦୀର ଜଳସ୍ତର ବଢିଛି। ଭଦ୍ରକ ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ ଚାନ୍ଦବାଲି, ତିହିଡି, ଧାମନଗର, ଭଣ୍ଡାରିପୋଖରୀ ବ୍ଲକର ତଳିଆ ଅଞ୍ଚଳର ଚାଷଜମି ପ୍ରଭାବିତ ହୋଇଛି ।

ଲଗାଣ ବର୍ଷା ପାଇଁ ଭଦ୍ରକ ପୌରାଞ୍ଚଳ ଅଧିନରେ କେତେକ ୱାର୍ଡର ୬ଟି ପରିବାରର ୩୦ ଜଣଙ୍କୁ ରାତ୍ର ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ, ହଦଗଡ଼ ଡ୍ୟାମର ୩ ଗେଟ ଦ୍ୱାରା ପାଣି ଛଡ଼ାଯାଉଛି । ବର୍ଷାକୁ ନଜରରେ ରଖି ଅଧିକ ଗେଟ ଖୋଲିବା ନିଷ୍ପତ୍ତି ନିଆଯିବ । ଭଦ୍ରକ ଜିଲ୍ଲ ର ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ । ରାଜଘାଟ ନିକଟରେ ସାଳନ୍ଦୀ ନଦୀର ବିପଦ ସଙ୍କେତ ୧୭.୦୨ ମିଟର ଥିବା ବେଳେ ଏବେ ୧୫ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.