ବଢିବ ଦିନ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ହାଲୁକା ବର୍ଷା ଆଲର୍ଟ

Published By : Prameya-News7 Bureau | February 29, 2024 IST

ଭୁବନେଶ୍ୱର ୨୯।୦୨ : ଗୁରୁବାର ରାଜ୍ୟର ୫ଟି ଜିଲ୍ଲାରେ ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଏହା ପରଠାରୁ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବୁଧବାର ଗଞ୍ଜାମ ଜିଲ୍ଲାରେ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହୋଇଛି । ବଜ୍ରପାତରେ ଦିଗପହଣ୍ଡିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ତାଙ୍କର ଦୁଇ ପରିବାର ସଦସ୍ୟ ଗୁରୁତର ହୋଇଛନ୍ତି । ଗତ ୨୪ ଘଣ୍ଟାରେ ବରଗଡ଼ରେ ୩୯.୪, ହୀରାକୁଦରେ ୧୮.୮, ସମ୍ବଲପୁରରେ ୧୬.୨ ଓ ରାଉରକେଲାରେ ୧୪.୧ମିମି ବର୍ଷା ହୋଇଛି ।

wp:embed {"url":"https://www.prameyanews7.com/rain-start-from-thursday/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rain-start-from-thursday/
/wp:embed

ଉପକୂଳ ଓଡ଼ିଶାରେ ଗୁରୁବାରଠାରୁ ଦିନ ତାପମାତ୍ରା ବଢ଼ିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ମାର୍ଚ୍ଚ ୩ ତାରିଖରେ ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ପାର୍‌ କରିବ । ୪ ଓ ୫ରେ ପାଗ ସାମାନ୍ୟ ମେଘୁଆ ରହିପାରେ । ୫ ତାରିଖ ସୁଦ୍ଧା ଦିନ ତାପମାତ୍ରା ୩ ଡିଗ୍ରୀ ଯାଏ ବଢ଼ିବ ବୋଲି ସେ ଆକଳନ କରିଛନ୍ତି । ଉପକୂଳରେ ଆସନ୍ତା ୩ଦିନ ଯାଏ ସକାଳୁ କୁହୁଡ଼ି ଦୃଶ୍ୟମାନ ହୋଇପାରେ ।

ସେହିଭଳି ଦକ୍ଷିଣ ଆଭ୍ୟନ୍ତରରେ ଦିନ ତାପମାତ୍ରା କ୍ରମଶଃ ବଢ଼ିବ । ୩ ଓ ୪ରେ ମେଘୁଆ ପାଗ ଯୋଗୁ ତାପମାତ୍ରା କମିବ । ଉତ୍ତର ଆଭ୍ୟନ୍ତରରେ ବି ୩ ସୁଦ୍ଧା ଦିନ ତାପମାତ୍ରା ୩ ଡିଗ୍ରୀ ବଢ଼ିପାରେ । ଏବେ ବିଭିନ୍ନ ଫସଲକୁ ପାଉଁଶିଆ ରୋଗ ହେବାର ଆଶଙ୍କା ଅଛି ବୋଲି ଡ. ପଶୁପାଳକ କହିଛନ୍ତି ।

wp:embed {"url":"https://www.prameyanews7.com/shreyas-iyer-and-ishan-kishan-snubbed-as-bcci-announce-new-player-central-contracts/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shreyas-iyer-and-ishan-kishan-snubbed-as-bcci-announce-new-player-central-contracts/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.