ପାଣିପାଗ ବିଭାଗର ଆଲର୍ଟ, ୧୪ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା

Published By : Prameya-News7 Bureau | July 09, 2024 IST

ଭୁବନେଶ୍ୱର ୦୯।୦୭ : ଆସନ୍ତା ୧୪ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା  ହୋଇପାରେ । ୯ ଓ ୧୦ ତାରିଖରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । କିନ୍ତୁ ୧୧ରୁ ୧୪ ତାରିଖ ଯାଏ ବହୁ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ  (ଆଇଏମ୍‌ଡି) ପୂର୍ବାନୁମାନ କରିଛି ।  

ଆଇଏମ୍‌ଡି ଆକଳନ ଅନୁସାରେ, ୯ ତାରିଖରେ ଉତ୍ତର   ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର  ବର୍ଷା ସମ୍ଭାବନା ଅଛି। କିନ୍ତୁ କୌଣସି ସ୍ଥାନରେ ବଡ଼ ବର୍ଷା ନାହିଁ ।  ସୋମବାର କୋରାପୁଟକୁ ଛାଡ଼ି ଦେଲେ ଅନ୍ୟ କେଉଁଠାରେ  ବିଶେଷ ବର୍ଷା ହୋଇନି । କୋରାପୁଟରେ ସକାଳୁ ସନ୍ଧ୍ୟା  ଭିତରେ ୫୧.୬ମିମି ବର୍ଷା ହୋଇଛି । ନୟାଗଡ଼ରେ ୧୩.୪,  ବାଲେଶ୍ୱରରେ ୭.୮, ପାରଳାଖେମୁଣ୍ଡିରେ ୬.୪, ରାୟଗଡ଼ାରେ   ୩.୫ମିମି ବର୍ଷା ହୋଇଛି ।

ଜୁନ୍‌ ୧ରୁ ଜୁଲାଇ ୮ ତାରିଖ ସୁଦ୍ଧା  ରାଜ୍ୟରେ ମୋଟ ୨୧୧.୬ମିମି ବର୍ଷା ହୋଇଛି । ୨୬% ନିଅଣ୍ଟିଆ  ବର୍ଷା ହୋଇଛି । ଗଜପତି, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା,  ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ,  ସୁନ୍ଦରଗଡ଼, ବୌଦ୍ଧ, ଝାରସୁଗୁଡ଼ା,ବରଗଡ଼,ବଲାଙ୍ଗୀର,  କଳାହାଣ୍ଡି ଓ ନୂଆପଡ଼ାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । ବାଲେଶ୍ୱରରେ ନିଅଣ୍ଟିଆ ବର୍ଷା ସ୍ଥିତି ସବୁଠୁ ଅଧିକ ଅଛି ।

 

  • Weather
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.