ସୋମବାର ଉପକୂଳ ଓଡ଼ିଶାରେ ବର୍ଷା ଆଶଙ୍କା, ୧୫ ଜିଲ୍ଲାକୁ ଆଲର୍ଟ

Published By : Prameya-News7 Bureau | June 10, 2024 IST

ଭୁବନେଶ୍ୱର ୧୦।୦୬ : ସୋମବାର ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ । ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ବି ହେବ। କାଳବୈଶାଖୀ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହିତ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ ଓ ନୂଆପଡ଼ାରେ ବର୍ଷା  ସମ୍ଭାବନା ଅଛି । ସୋମବାର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଗୁଳୁଗୁଳି ହୋଇପାରେ। 

୧୨ ତାରିଖରେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ବହିବ। ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ନୂଆପଡ଼ାରେ ଗ୍ରୀଷ୍ମଲହରୀ ବହିବ। ଉପକୂଳର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିବ । ୧୩ ତାରିଖ ଯାଏ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ରବିବାର ନୂଆପଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ ହୋଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.