ବିଶ୍ବକପ୍‌ ସେମିଫାଇନାଲ / ଏବେ ବି ବର୍ଷା ଜାରି, ରାତି ୧୧ଟା ଡେଡ୍‌ ଲାଇନ୍‌: ବର୍ଷା ବନ୍ଦ ନହେଲେ ଆଜି ଯେଉଁଠି ଅଟକିଥିଲା ଥିଲା କାଲି ସେଇଠୁ ହେବ ଆରମ୍ଭ...

Published By : Prameya-News7 Bureau | July 09, 2019 IST

ଭାରତ-ନ୍ୟୁଜଲାଣ୍ଡ ମଧ୍.ରେ ଚାଲିଥିବା ସେମିଫାଇନାଲ ବର୍ଷାଯୋଗୁଁ ବାଧାପ୍ରାପ୍ତ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ୪୬.୧ ଓଭରରେ ୫ ୱିକେଟ ହରାଇ କରିଛି ୨୧୧ ରନ । ବର୍ଷାପାଇଁ ଖେଳ ଅଟକିବାବେଳକୁ କ୍ରିଜରେ ରସ ଟେଲର ଏବଂ ଟମ ଲଥାମ ଥିଲେ । ବର୍ଷା ଶୀଘ୍ର ବନ୍ଦ ହୋଇଥିଲେ ନ୍ୟୁଜିଲାଣ୍ଡ ଦଳ ପୂରା ୫୦ଓଭର ଖେଳିଥାନ୍ତା ।

କିନ୍ତୁ ମାଞ୍ଚେଷ୍ଟରରେ ବର୍ଷା କମିବାର କୌଣସି ସୂଚନା ଦେଖାଯାଉ ନାହିଁ। ଭାରତୀୟ ସମୟ ରାତି ୧୧ଟା ସୁଦ୍ଧା ଯଦି ବର୍ଷା କମେ ତାହେଲେ ଯାଇ ପୁଣି ଖେଳ ଆରମ୍ଭ ହେବ । କିନ୍ତୁ ଖେଳ ଆରମ୍ଭ ହେଲେ ମଧ୍ୟ ୫୦ଓଭର ମ୍ୟାଚ ହେବ ନାହିଁ । ୫୦ ଓଭର ମ୍ୟାଚ ନହେଲେ ଭାରତ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ । ଯଦି ଆଜି ମ୍ୟାଚ ନହୋଇ ପାରୁଛି ତାହେଲେ ଆସନ୍ତା କାଲି ପୁଣି ଆଜି ଯେଉଁଠି ମ୍ୟାଚ ଥିଲା ସେଠାରୁ ଆରମ୍ଭ ହେବ ।

ଆସନ୍ତା କାଲି ମ୍ୟାଚ ହେଲେ ଭାରତ ୫୦ ଓଭର ଖେଳିବାର ସୁଯୋଗ ପାଇବ । ସୂଚନାଯୋଗ୍ୟ ଯେ, ଆଜି ଭାରତୀୟ ବୋଲରମାନେ ନ୍ୟୁଜଲାଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ରନ କରିବାର ସୁଯୋଗ ଦେଇନଥିଲେ । ଭାରତର ୫ ଜଣଯାକ ବୋଲର ଗୋଟିଏ ଗୋଟିଏ ୱିକେଟ ନେବାରେ ସକ୍ଷମ ହୋଇଛନ୍ତି ।

ଭୁବନେଶ୍ବର କୁମାର ୮.୧ ଓଭର ବୋଲିଂ କରି ୩୦ ରନ ଦେଇ ଗୋଟିଏ ୱିକେଟ ନେଇଛନ୍ତି । ସେହିଭଳି ଯଶପ୍ରିତ ବୁମରାହ ୮ଓଭରରେ ୨୫ରନ ଦେଇ ଗୋଟିଏ ୱିକେଟ ହାସଲ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ସାମାନ୍ୟ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ସେ ୧୦ ଓଭର ବୋଲିଂ କରି ୫୫ରନ ଦେଇ ଗୋଟିଏ ୱିକେଟ ହାସଲ କରିଛନ୍ତି । ରବିନ୍ଦ୍ର ଜାଡେଜା ୧୦ ଓଭରରେ ୩୪ ରନ ଦେଇ ଗୋଟିଏ ୱିକେଟ ହାସଲ କରିଛନ୍ତି । ୟୁଜବେନ୍ଦ୍ର ଚହଲ ସବୁଠୁ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ୧୦ ଓଭରରେ ୬୩ରନ ଦେଇ ସେ ମଧ୍ୟ ଗୋଟିଏ ୱିକେଟ ହାସଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.