ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବାତ୍ୟା ‘ଗୁଲାବ’ : ଗଜପତିରେ ବର୍ଷା ଆରମ୍ଭ, ୨୨ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ

26/09/2021 at 9:27 AM

ଗଜପତି, ୨୬।୦୯ : ସମ୍ଭାବ୍ୟ ବାତ୍ୟା ଗୁଲାବର ପ୍ରଭାବରେ ରବିବାର ସକାଳୁ ଗଜପତି ଜିଲ୍ଲାର ଆକାଶ ମେଘାଛନ୍ନ ରହିଥିବା ସହ ଝିପଝିପ ବର୍ଷା ଲାଗିରହିଛି । ଜିଲ୍ଲାରେ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

ପୁର୍ବରୁ ଗଜପତି ଜିଲ୍ଲାରେ ବର୍ଷାର ପରିମାଣ ବଢିଲେ ଜିଲ୍ଲାର ରାୟଗଡ ବ୍ଲକ, ଗୁମ୍ମା ବ୍ଲକ, ଆର ଉଦୟଗିରି ବ୍ଲକ, ନୂଆଗଡ଼ ବ୍ଲକ ରେ ଭୁସକଲନ ଭଳି ସମସ୍ୟା ଦେଖାଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ୪ଟି ଓଡ୍ରାଫ ଆସି ପହଞ୍ଚିଛନ୍ତି।

ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଓଡ୍ରାଫ୍ ଟିମ୍‌କୁ ଜିଲ୍ଲାର କଇଁପୁର, ଗଙ୍ଗାବାଡ଼,କଲାକୋଟ ଇତ୍ୟାଦି ସମ୍ବେଦନଶୀଳ ଅଞ୍ଚଳକୁ ପଠାଯିବ। ପ୍ରଶାସନ ତରଫରୁ ତଳିଆ ଅଞ୍ଚଳର ଲୋକଙ୍କୁ ଜିଲ୍ଲାର ବିଭିନ୍ନ ବ୍ଲକର ୨୨ଟି ବାତ୍ୟା ଆଶ୍ରୟସ୍ଥଳୀରେ ୧୨୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି । ସବୁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଛି । ଗର୍ଭବତୀ ମାନଙ୍କୁ ମାଆ ଗୃହ ଏବଂ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଗଜପତି ପ୍ରଶାସନ ତରଫରୁ ସୂଚନା ମିଳିଛି ।

   Related Posts