ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି

Published By : Prameya-News7 Bureau | April 01, 2023 IST

ଭୁବନେଶ୍ୱର ୦୧/୦୪: ରାଜ୍ୟରେ ପଶ୍ଚିମାଝଡର ପ୍ରଭାବ । ଝଡବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି । ବର୍ଷା ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବୋହିବା ସମ୍ଭାବନା । ଏହି ୭ ଜିଲ୍ଲା ଗୁଡିକ ହେଉଛନ୍ତି ଦେବଗଡ, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ।

ସେପଟେ ପଶ୍ଚିମା ଝଡ ପ୍ରଭାବରେ ଭିଜିଛି ଅଧା ଓଡ଼ିଶା । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡଘଡି ହୋଇଥିଲା । ଏବେବି ମଧ୍ୟ ଅନେକ ସ୍ଥାନରେ ଜାରି ରହିଛି ବର୍ଷା । ତେବେ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ଅସରାଏ ବର୍ଷାରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିଲା ।

କେବଳ ଭୁବନେଶ୍ୱର ନୁହେଁ କଟକରେ ବି ସମାନ ପରିସ୍ଥିତି । ଶନିବାର ସକାଳୁ ଘଡଘଡି ସହ ବର୍ଷା ହୋଇଥିଲା । ସହରରେ ଯଦିଓ ଜଳବନ୍ଦୀ ସମସ୍ୟା ଦେଖା ଦେଇ ନାହିଁ ଏଭଳି ବର୍ଷା ଲାଗି ରହିଲେ ସହରରେ ଜଳବନ୍ଦୀ ସମସ୍ୟା ଦେଖା ଦେଇ ପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.