Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

India vs Pakistan: ପୁଣି ବର୍ଷା ସାଜିଲା ବାଧକ, ଆସନ୍ତାକାଲି ରିଜର୍ଭ ଡେରେ ଖେଳାଯିବା ମ୍ୟାଚ୍

10/09/2023 at 9:10 PM

କଲୋମ୍ବୋ: ପୁଣି ଥରେ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଭିଲେନ ସାଜିଛି ବର୍ଷା। କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା ଏସିଆ କପ୍ ୨୦୨୩ର ସୁପର-୪ର ମୁକାବିଲା ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ସମୟରେ ଜୋରଦାର ବର୍ଷା ହେବାରୁ ମ୍ୟାଚ୍ ଆରମ୍ଭ ହୋଇ ନ ପାରିବାରୁ ଆଜି ଦିନର ଖେଳ ପୂରା ହୋଇ ପାରିନାହିଁ। ଫଳରେ ଆସନ୍ତାକାଲି ରିଜର୍ଭ ଡେରେ ଅବଶିଷ୍ଟ ମୁକାବିଲା ଖେଳାଯିବ। ମ୍ୟାଚ୍ ସଂପୂର୍ଣ୍ଣ ୫୦ ଓଭର ଖେଳାଯିବ ଏବଂ ଭାରତର ଇନିଂସ ୨୪.୧ ଓଭରରୁ ଖେଳ ଆରମ୍ଭ ହେବ। ଅନ୍ୟପଟେ ଦର୍ଶକଙ୍କୁ ଆଜି ନିରାଶ ହେବାକୁ ପଡିଛି।

ଆଜିର ମୁକାବିଲାରେ ଟସ୍ ଜିତି ବାବର ଆଜମ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦଳକୁ ମଜବୁତ ଆରମ୍ଭ ଦେଇଛନ୍ତି। ଦୁଇ ବ୍ୟାଟର ପାକିସ୍ତାନ ବୋଲରଙ୍କୁ ପ୍ରହାର କରି ଚାପରେ ରଖିଥିଲେ। ରୋହିତ ଶର୍ମା ଓ ଶୁଭମନ ଗିଲ୍ ଓପନିଂରେ ଶତକୀୟ ଭାଗିଦାରୀ କରି ଭାରତର ସ୍ଥିତି ମଜବୁତ କରିଛନ୍ତି।

India vs Pakistan Asia Cup 2023 Super 4 Match Play has been called off And Now Playing In the reserve day India vs Pakistan: बारिश ने फिर बिगाड़ा भारत-पाकिस्तान मुकाबले का खेल, अब रिजर्व डे पर इस तरह पूरा होगा मैच

ଦୁଇ ଓପନିଂ ବ୍ୟାଟର ଥମ ଓ୍ଵିକେଟ୍ ପାଇଁ ୧୨୧ ରନ ଯୋଡ଼ିଥିଲେ। ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ରୋହିତ ୪୯ ବଲ୍‌ରେ ବିସ୍ଫୋରକ ୫୬ ରନର ଇନିଂସ ଖେଳିଛନ୍ତି। ଏଥିରେ ୪ ଛକା ଓ ୬ ଚୌକା ସାମିଲ୍। ରୋହିତ ୪୨ ବଲ୍‌ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ୍ ୫୨ ବଲ୍‌ରୁ ୧୦ ଚୌକା ସହ ୫୮ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ରୋହିତ ଶର୍ମାଙ୍କ ପରେ ଦଳୀୟ ସ୍କୋର ୧୨୩ରେ ଗିଲ୍ ଆଉଟ୍ ହୋଇଥିଲେ। ୨୪.୧ ଓଭରରେ ଭାରତ ୨ ଓ୍ଵିକେଟ୍ ବିନିମୟରେ ୧୪୭ ରନ କରିଥିବା ବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। କ୍ରିଜରେ ବିରାଟ କୋହଲି ୮ ରନ ଓ କେଏଲ ରାହୁଲ ୧୭ ରନ କରି ଅପରାଜିତ ଥିଲେ।

ବର୍ଷା ହେବାରୁ ପୂରା ମଇଦାନକୁ କଭର୍ସରେ ଢାକି ଦିଆଯାଇଥିଲା। ବର୍ଷା ଛାଡ଼ିବା ପରେ ବି ପଡ଼ିଆର କିଛି ଜାଗାରେ ପାଣି ଜମିବା କାରଣରୁ ମ୍ୟାଚ୍ ପାଇଁ ଏହା ଉପଯୋଗୀ ହୋଇ ପାରି ନଥିଲା। ପଡ଼ିଆ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ ପଡ଼ିଆର ସେହି ସ୍ଥାନକୁ ସୁଖାଇବାକୁ ଉଦ୍ୟମ କରିଥିଲେ। ତେବେ ପୁଣି ଥରେ ବର୍ଷା ହେବାରୁ ଅମ୍ପାୟର୍ସ ଆଜିର ଖେଳ ରଦ୍ଦ କରିବା ସହିତ ଅବଶିଷ୍ଟ ମ୍ୟାଚ୍ ରିଜର୍ଭ ଡେରେ ଖେଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୧ ତାରିଖରେ ଭାରତୀୟ ସମୟ ଅପରାହ୍ଣ ୩ଟାରେ ଆରମ୍ଭ ହେବ।

   Related Posts