ଆଠଗଡ଼ ୧୪।୦୮: ଭଟ୍ଟାରିକା ମନ୍ଦିର ବେଢା ଛୁଇଁଲା ମହାନଦୀ ବନ୍ୟାଜଳ। କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ଛୁଇଁଛି ଏ ବର୍ଷର ପ୍ରଥମ ବନ୍ୟାଜଳ। ମହାନଦୀର ଉପର ମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି।
{"id":670572,"sizeSlug":"full","linkDestination":"none"}
ତେବେ ଯଦିଓ ମା ଙ୍କ ମନ୍ଦିରରେ ଏ ପର୍ଯ୍ୟନ୍ତ ବନ୍ୟାଜଳ ପ୍ରବେଶ କରିନାହିଁ । ତଥାପି ମାଙ୍କ ମନ୍ଦିରର ମୁଖଶାଳାର ପାହାଚକୁ ବନ୍ୟାଜଳ ସ୍ପର୍ଶ କରିଛି। ମନ୍ଦିର ବେଢ଼ା ଚତୁର୍ପାଶ୍ୱରେ ଲାଗିଥିବା ଲାଇଟ ଓ ଯଜ୍ଞ ମଣ୍ଡପରେ ଲାଗିଥିବା ଅସ୍ଥାୟୀ ପ୍ରାଚୀରକୁ ମଧ୍ୟ ଖୋଲି ଦିଆଯାଉଛି। ମାଆଙ୍କ ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ଦେବୋତ୍ତର ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି।