ଆସିଲା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧ କାରଣରୁ ହୋଇଛି ଅଭିନେତାଙ୍କ ମୃତ୍ୟୁ...

Published By : Prameya-News7 Bureau | June 28, 2022 IST

ଭୁବନେଶ୍ୱର ୨୮।୦୬: ଆସିଲା ଅଭିନେତା ରାଇମୋହନ ପରିଡାଙ୍କ ପୋଷ୍ଟମର୍ଟମ ରିପୋର୍ଟ ।  ଶ୍ବାସରୁଦ୍ଧ କାରଣରୁ ରାଇମୋହନଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଗଳାରେ ରଶି ଲଗାଇବା କାରଣରୁ ଶ୍ବାସରୁଦ୍ଧା ହୋଇଥିବା ଜଣାପଡିଛି । ଏନେଇ ପୋଷ୍ଟମର୍ଟମ ରିପୋର୍ଟ କମିଶନରେଟ  ପୋଲିସର ହସ୍ତଗତ ହୋଇଛି । ପୋଷ୍ଟମର୍ଟମ ସମ୍ପର୍କରେ କ୍ୟାପିଟାଲ ହସ୍‌ପିଟିଲା ପକ୍ଷରୁ ସୂଚନା ମିଳିଛି ।

ଖବର ଅନୁଯାୟୀ, ଗତ ଶୁକ୍ରବାର ଦିନ ଅଭିନେତା ରାଇମୋହନ ନିଜ ଘରେ ଆତ୍ମହତ୍ୟା କରିଥିଲେ । ଏହାପରଠୁ ରାଇମୋହନ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ , ସେନେଇ ଖୋଲତାଡ଼ ଆରମ୍ଭ କରିଥିଲା କମିଶନରେଟ୍‌ ପୋଲିସ । ଏପିରିକି ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିଥିଲା ପୋଲିସ । ଆଉ ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଏଥିରେ ରାଇମୋହନ ଆତ୍ମହତ୍ୟାଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ସୂଚନା ରହିଛି । ଗଳାରେ ରଶି ଲଗାଇବା କାରଣରୁ ଶ୍ବାସରୁଦ୍ଧା ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.