ଆଶାୟୀଙ୍କ ପାଇଁ ଖୁସି ଖବର, ଆସିଣ୍ଟାଣ୍ଟ ଲୋକୋ ପାଇଲଟରେ ଆବେଦନ ପାଇଁ ବୟସ ସୀମା ବଢ଼ାଇଲା ରେଲୱେ

Published By : Prameya-News7 Bureau | January 30, 2024 IST

ନୂଆଦିଲ୍ଲୀ: ଆସିଷ୍ଟାଣ୍ଟ ଲୋକୋ ପାଇଲଟ ପଦରେ ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର । କାରଣ, ଆସିଷ୍ଟାଣ୍ଟ ଲୋକୋ ପାଇଲଟ ପଦରେ ଆବେଦନ ପାଇଁ ହେଉଥିବା ବୟସ ସୀମାକୁ ବୃଦ୍ଧି କରିଛି ରେଲଓ୍ବେ । ଏଥିପାଇଁ ଆଶାୟୀଙ୍କ ଦାବି ମଧ୍ୟ ରହିଥିଲା। ସୂଚନାଥାଉକି, ସମୁଦାୟ ୫୬୯୬ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ଜାନୁଆରୀ ୨୦ ତାରିଖରୁ ଆବେଦନ ମଧ୍ୟ ଆରମ୍ଭ ହୋଇସାରିଛି।

ତେବେ ବିଜ୍ଞପ୍ତି ଅନୁଯାୟୀ, ବୟସ ସୀମାରେ ତିନି ବର୍ଷ ପର୍ଯ୍ୟନ୍ତ ଛାଡ଼ ଦିଆଯାଇଛି । ଯାହା ଫଳରେ ଏବେ ସାଧାରଣ ବର୍ଗ (UR) ଆଶାୟୀଙ୍କ ସର୍ବାଧିକ ବୟସ ସୀମା ୩୩ ବର୍ଷ କରିଦିଆଯାଇଛି । ପୂର୍ବରୁ ଆବେଦନ କରିବା ପାଇଁ ୧୮ରୁ ୩୦ ବର୍ଷ ସମୟ ସୀମା ନିର୍ଦ୍ଧାରିତ କରାଯାଇଥିଲା। ସେହିଭଳି ଏବେ ୨୦୨୪ ଜୁଲାଇ ୧କୁ ଗଣନା ପାଇଁ ଧରାଯିବ। ତେବେ ସଂରିକ୍ଷିତ ବର୍ଗଙ୍କ ପାଇଁ ପୂର୍ବ ଭଳି ଛାଡ଼ ମିଳିବ।

ଆହୁରି ପଢ଼ନ୍ତୁ: ଭାରତ ପରେ ପାକିସ୍ତାନରେ ବିମୁଦ୍ରୀକରଣ! ନୂଆ କରେନ୍ସି ଜାରି କରିବାକୁ ନିର୍ଦ୍ଦେଶ

ଆସିଷ୍ଟାଣ୍ଟ ଲୋକୋ ପାଇଲଟ ପଦରେ ଆବେଦନ ପାଇଁ ଆଶାୟୀଙ୍କୁ ୧୦ମ ପାସ୍‌ ହୋଇଥିବା ଜରୁରୀ। ଏହା ସହ ଏହି ବ୍ରାଞ୍ଚରେ ତିନି ବର୍ଷୀୟା ଇଞ୍ଜିନିୟରିଂ ଡିପ୍ଲୋମା ଥିବା ଦରକାର। ସାଧାରଣ ବର୍ଗଙ୍କୁ ୫୦୦ ଟଙ୍କାର ଆବେଦନ ଶୁଳ୍କ ଦେବାକୁ ହେବ। ସେହିଭଳି ଏସସି ଏବଂ ଏସଟି ବର୍ଗଙ୍କୁ ୨୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ। ଏହି ପଦରେ ଚୟନ ସିବିଟି ୧, ସିଟିଟି ୨ ଆଦି ପ୍ରକ୍ରିୟା ମାଧ୍ୟମରେ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.