Make in India: ଦେଶରେ ନିର୍ମାଣ କରାଯିବ ହାଇ-ସ୍ପିଡ୍ ଟ୍ରାକ ଏବଂ ଚକ, କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା

Published By : Prameya-News7 Bureau | September 09, 2022 IST

ନୂଆଦିଲ୍ଲୀ: ଦେଶରେ ନିର୍ମାଣ ହେବ ରେଳ ଟ୍ରାକ ଏବଂ ଚକ । ଶୁକ୍ରବାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ହାଇ ସ୍ପିଡ୍ ଚକା ଏବଂ ହାଇ ସ୍ପିଡ୍ ରେଲ୍ ଏବେ ଦେଶରେ ନିର୍ମାଣ କରାଯିବ। ବର୍ତ୍ତମାନ ସୁଦ୍ଧା ଏହାକୁ ଆମଦାନୀ କରାଯାଉଥିଲା। ଆଗମୀ ଭବିଷ୍ୟତରେ ଭାରତର ଏହା ରପ୍ତାନୀ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏନେଇ ଆଜି ଏକ ଟେଣ୍ଡର ଜାରି କରାଯାଇଛି। ଏହି ବୁଝାମଣାର ନାଁ ‘ମେକ ଇନ ଇଣ୍ଡିଆ ହ୍ୱିଲ ଏଗ୍ରିମେଣ୍ଟ’ ରଖାଯାଇଛି। ୧୨୦ କିଲୋମିଟରୁ ଅଧିକ ଗତିରେ ଯାତ୍ରା କରୁଥିବା ଟ୍ରେନରେ ହାଇ ସ୍ପିଡ୍ ହ୍ୱିଲ ଦରକାର ପଡିଥାଏ।

ଉଲ୍ଲେଖଯୋଗ୍ୟ ଯେ, ୧୯୬୦ ମସିହାରୁ ଏହାକୁ ୟୁରୋପରୁ ଆମଦାନୀ କରାଯାଉଛି । ଏଲଏଚବି, ବନ୍ଦେ ଭାରତ (୪୦୦ ଟାର୍ଗେଟ) ଟ୍ରେନରେ ଏହି ଚକ ଦରକାର ପଡ଼ିବ । ଟେଣ୍ଡର ପ୍ରକ୍ରିୟା ଦୁଇ ମାସରେ ଶେଷ କରାଯିବା । ବର୍ଷକୁ ପ୍ରାୟ ୨ ଲକ୍ଷ ଚକର ଆବଶ୍ୟକତା ପଡିଥାଏ । SAIL ଠାରୁ ବର୍ଷକୁ ୧ ଲକ୍ଷ ଚକା ନିଆଯିବ ଏବଂ ବଳକା ନୂଆ ଫ୍ୟାକ୍ଟ୍ରୀରୁ ଅଣାଯିବ। ଏଥିପାଇଁ ବର୍ତ୍ତମାନ ଏକ ପ୍ଲାଣ୍ଟ ନିର୍ମାଣ କରାଯିବ। ପ୍ଲାଣ୍ଟରେ ନିବେଶ କରିବାକୁ ଥିବା କମ୍ପାନିକୁ ୮୦ ହଜାର ଚକ ଯାହାର ମୂଲ୍ୟ ୬୦୦ କୋଟି ଟଙ୍କା ତାହା ରେଲୱେ ଦେବ। ୧୮ ମାସରେ ଫ୍ୟାକ୍ଟ୍ରୀ ନିର୍ମାଣ କରି ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.