ଅଭାବନୀୟ ! ପତ୍ନୀ ଏବଂ ଦୁଇ ଝିଅଙ୍କ ସହ ଟ୍ରେନ୍ ଆଗକୁ ଡେଇଁପଡ଼ିଲେ ରେଲଓ୍ବେ କର୍ମଚାରୀ

Published By : Prameya-News7 Bureau | June 05, 2024 IST

ଭୋପାଳ: ପତ୍ନୀ ଏବଂ ଦୁଇ ଝିଅଙ୍କ ସହ ଟ୍ରେନ୍ ଆଗକୁ ଡେଇଁପଡ଼ିଲେ ରେଲଓ୍ବେ କର୍ମଚାରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶ ଜବଲପୁରର ଭେଡାଘାଟ୍‌ ଥାନା ଅଧୀନରେ ଥିବା ସିହୋଦା ଗାଁରେ। 

ମୃତକ ହେଉଛନ୍ତି ରେଲଓ୍ବେର ଜଣେ ଟ୍ରାକ୍‌ମ୍ୟାନ୍‌ ନରେନ୍ଦ୍ର ଚାଧର ଏବଂ ତାଙ୍କ ପତ୍ନୀ ରୀନା। ତାଙ୍କର ଗୋଟିଏ ୬ ବର୍ଷର ଝିଅ ଏବଂ ୩ ମାସର କନ୍ୟା ସନ୍ତାନ ମଧ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି। ଘଟଣାକୁ ନେଇ ସିଟି ପୋଲିସ ସୁପରିଟେଣ୍ଡେଣ୍ଟ ସୁନୀଲ ନେମା କହିଛନ୍ତି, ଏପର୍ଯ୍ୟନ୍ତ ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। ନରେନ୍ଦ୍ରଙ୍କ ମୋଟରସାଇକେଲ ଟ୍ରେନ୍‌ ଟ୍ରାକ୍‌ ପାଖରୁହିଁ ମିଳିଛି। ତେଣୁ ଆତ୍ମହତ୍ୟା କରିଥିବା ନେଇ ଅନୁମାନ କରାଯାଉଛି। ଘଟଣାର ତଦନ୍ତ ଚାଲିଛି। ମର ଶରୀରକୁ ଫରେନ୍ସିକ୍ ପାଇଁ ପଠାଯାଇଛି।

ସେପଟେ ନରେନ୍ଦ୍ରଙ୍କ ଶ୍ବଶୁର ଘଟଣାକୁ ନେଇ କହିଛନ୍ତି ଯେ, ରୀନା ତାଙ୍କୁ ଫୋନ୍‌ କରି ଏକ ତାଙ୍କର ଏବଂ ତାଙ୍କ ଶାଶୁଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ନେଇ କହିଥିଲେ। କିନ୍ତୁ ସେ ଏହାକୁ ପାରିବାରିକ କଳହ ଭାବି ଧ୍ୟାନ ଦେଇନଥିଲେ। ସେ ଆହୁରି କହିଛନ୍ତି ଏନେଇ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.