ଡ୍ୟୁଟି ବେଳେ ଟ୍ରେନ୍ ଆଗକୁ ଡେଇଁ ପଡିଲେ ରେଲୱେ କର୍ମଚାରୀ

Published By : Prameya-News7 Bureau | June 06, 2019 IST

ରାଉରକେଲା ୬|୬: ରାଉରକେଲାରେ ଟ୍ରେନ୍ ଆଗକୁ ଡେଇଁ ରେଲୱେ କର୍ମଚାରୀଙ୍କ ଆତ୍ମହତ୍ୟା କରିଛନ୍ତି । ବନ୍ଧମୁଣ୍ଡା ଡିଜେଲ କଲୋନୀ ରେଲୱେ ଫାଟକ ନିକଟରେ ସେ ଟ୍ରେନ୍ ଆଗକୁ ଡେଇଁ ପଡିଛନ୍ତି । ମୃତକ ହେଉଛନ୍ତି ଟି.ମନୋଜ ।

ସୂଚନା ଅନୁସାରେ ରାୁରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀ ରେଲୱେ ଫାଟକରେ ଡ୍ୟୁଟି କରୁଥିବା ବେଳେ ଟ୍ରେନ ଆଗକୁ ଡେଇଁ ପଡିଛନ୍ତି ରେଲୱେ କର୍ମଚାରୀ ଟି.ମନୋଜ । ବନ୍ଧମୁଣ୍ଡା ଡିଜେଲ କଲୋନୀ ରେଲୱେ ଫାଟକରେ ସେ ଜଗୁଆଳି ଭାବେ କାମ କରୁଥିଲେ । ପାରିବାରିକ କଳହକୁ କେନ୍ଦ୍ର କରି ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତଦେହ ଜବତ କରି ଜିଆର୍‌ପି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.