ନୂଆଦିଲ୍ଲୀ: ସାରା ଦେଶରେ ରେଳ ଚଳାଚଳ ବନ୍ଦ କରାଇବା ପାଇଁ ବିଭିନ୍ନ ରେଲୱେ କର୍ମଚାରୀ ୟୁନିୟନ ପକ୍ଷରୁ ଚେତାବନୀ ଦିଆଯାଇଛି । ପୁରୁଣା ପେନ୍ସନ୍ ଯୋଜନା ଲାଗୁ କରିବା ନେଇ ସେମାନଙ୍କ ଦାବି ପୁରୁଣ କରାନଗଲେ ଆସନ୍ତା ମେ' ୧ରୁ ସାରା ଦେଶରେ ରେଳ ଚଳାଚଳ କରାଇ ଦେବେ ନାହିଁ ବୋଲି କହିଛନ୍ତି ।
ରେଲୱେ କର୍ମଚାରୀ ଏବଂ ଶ୍ରମିକଙ୍କ ମିଳିତ ସଂଗଠନ JFROPSର ସଂଯୋଜକ ଶିବ ଗୋପାଳ ମିଶ୍ର କହିଛନ୍ତି ଯେ ସମସ୍ତ ସଂଗଠନ ନିଷ୍ପତ୍ତି ନେଇଛି ଯେ ମେ' ୧ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଦିନ ପ୍ରସ୍ତାବିତ ଟ୍ରେନ କଚାଜାମ ଏବଂ ହରତାଲ କରିବା ପାଇଁ ମାର୍ଚ୍ଚ ୧୯ରେ ରେଳ ମନ୍ତ୍ରାଳୟକୁ ଆନୁଷ୍ଠାନିକ ନୋଟିସ ଦିଆଯିବ ।
ପଢନ୍ତୁ: ରେଳ ଯାତ୍ରାର ସୁବିଧା ପାଇଁ ୧୫୦୦ ଓଭରବ୍ରିଜ୍ ଓ ଅଣ୍ଡରପାସ୍ ନିର୍ମାଣ କରିବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ଗୋପାଳ ମିଶ୍ର କହିଛନ୍ତି ଯେ ପୁରୁଣା ପେନସନ ସ୍କିମ୍ ଲାଗୁ କରିବା ନେଇ ଆମ ଦାବିକୁ ସରକାର ଗୁରୁତ୍ୱର ସହ ନେଉ ନଥିବା ନଜର ଆସୁଛି । ଏପରିସ୍ଥଳେ ଆମ ଦାବି ପୂରଣ ପାଇଁ ଆମ ନିକଟରେ ଅନ୍ୟ କୌଣସି ବିକଳ୍ପ ନାହିଁ । ସେ ଏହା ବି କହିଛନ୍ତି, ପୁରୁଣା ପେନସନ ସ୍କିମ୍ ଶ୍ରମିକଙ୍କ ସ୍ୱାର୍ଥ ପାଇଁ ଥିବା ବେଳେ ନୂଆ ପେନ୍ସନ୍ ଯୋଜନା କର୍ମଚାରୀଙ୍କ ଭଲ କଥା ଚିନ୍ତା କରୁ ନାହିଁ । JFROPS ଦାବି କରୁଛି ଯେ ନୂଆ ବ୍ୟବସ୍ଥା ସ୍ଥାନରେ ପୁରୁଣା ପେନସନ ସ୍କିମକୁ ପୁଣି ଥରେ ଲାଗୁ କରାଯାଉ ।