ଗଜପତି ୧୬/୧୦: ଗଜପତି ଜିଲ୍ଲା ସଦର ମହକୁମାରେ ଗୁଣୁପୁର ଭିଶାଖାପତ୍ନମ ଟ୍ରେନରୁ ଖସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି ଟ୍ରେନ ଫାଟକ ପାଖରେ ବସିଥିବା ବେଳେ ମୃତକ ଜଣଙ୍କ ହଠାତ ଖସି ପଡ଼ିଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ଵ୍ରହ୍ମପୁର ଜିଆରପି ପୋଲିସ ପହଞ୍ଚିବା ପରେ ଘଟଣାର ତଦନ୍ତ ଆରମ୍ଭ ହେବ। ଏବେ ସୁଦ୍ଧା ମୃତଦେହ ରେଳଧାରଣାରେ ପଡ଼ିରହିଛି। ମୃତ ମହିଳାଙ୍କ ବାମ ହାତ କଟିଯାଇଥିବା ସହ ମୁହଁରେ ଶକ୍ତ ଆଘାତ ଲାଗି ଗଭିର କ୍ଷତ ହୋଇଥିବା ଦେଖିବାକୁ ମିଳିଛି।
ଦିଲ୍ଲୀରେ ନୀତି ଆୟୋଗ ବୈଠକ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ...
![Niti ayog meeting](https://api-news7.prameyanews7.com/prameya/document/post/2/2_175_1722047736355.webp)