scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

SCBରେ ରେଳ ବିଭାଗର ଡାକ୍ତରୀ ଟିମ୍‌, ସ୍ଥିତି ଉପରେ ରଖିଛି ନଜର

6/06/2023 at 1:09 PM

କଟକ ୦୬।୦୬ : ବାହାନଗା ଟ୍ରେନ୍‌ ଟ୍ରାଜେଡି । ଏସ୍‌ସିବି ମେଡିକାଲରେ ପହଞ୍ଚିଲେ ରେଳ ବିଭାଗର ଡାକ୍ତରୀ ଦଳ । ଯଦିଓ ଏସ୍‌ସିବି ପ୍ରତ୍ୟେକ ଆହତଙ୍କ ଉନ୍ନତମାନର ଟିକିତ୍ସା ଚାଲିଛି । କିନ୍ତୁ ଆବଶ୍ୟକ ପଡିଲେ ରେଳ ସମସ୍ତ ପ୍ରକାଇ ସହଯୋଗ କରାଯିବ ବୋଲି କହିଛନ୍ତି ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ।

ସେହିପରି ଯେଉଁ ପୀଡିତମାନଙ୍କର ପରିଚୟ ମିଳିପାରିନାହିଁ । ସେମାନଙ୍କ କିପରି ଚିହ୍ନଟ କରାଯିବ ଏବଂ ପରିବାର ବର୍ଗଙ୍କୁ ଯୋଗାଯୋଗ କରାଯିବ । ସେଥିଲାଗି ଚେଷ୍ଟା ଜାରି ରହିଛି । ରେଳବାଇର ଡାକ୍ତରୀ ଟିମ୍‌ ଲଗାତର ଭାବେ ନଜର ରଖିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ଶିକାର ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିବା ଆହତଙ୍କ ମଧ୍ୟରୁ ୫୨ ଜଣ ଡିସ୍‌ଚାର୍ଜ ହୋଇସାରିଲେଣି । କିନ୍ତୁ ଆଇସିୟୁରେ ଭର୍ତ୍ତି ସଂଖ୍ୟା ବଢିଛି । ମଙ୍ଗଳବାର ସୁଦ୍ଧା ୧୭ ଜଣ ଆହତ ବ୍ୟକ୍ତି ବିଭିନ୍ନ ବିଭାଗର ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡଃ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । କଟକ ଏସ୍‌ସିବିରେ ମୋଟ୍ ୧୯୭ ଜଣ ଭର୍ତ୍ତି ହୋଇଥିଲେ । ସେମାନଙ୍କ ଭିତରୁ ୬ ଜଣଙ୍କ ପରିଚୟ ମିଳିପାରି ନଥିଲା । ଖୁସିର କଥା ହେଲା ଅପରିଚିତଙ୍କ ମଧ୍ୟରୁ ୪ ଜଣଙ୍କ ପରିଚୟ ମିଳିସାରିଛି ବୋଲି ଏସ୍ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । 

   Related Posts