କୋରାପୁଟରେ ରେଳ ଲାଇନ୍ ଉପରେ ଧସିଲା ମାଟି ଅତଡା
15/08/2018 at 10:49 AM

କୋରାପୁଟ ୧୫/୮ : କୋରାପୁଟରେ ପ୍ରବଳ ବର୍ଷା ଯୋଗୁଁ ରେଳ ଲାଇନ୍ ଉପରେ ପୁଣି ଧସିଲା ମାଟି ଅତଡା । କାକିରିଗୁମା-ଲକ୍ଷ୍ମୀପୁର ମଝିରେ ମାଟି ଅତଡା ଧସି ପଡିଥିଲା । ଫଳରେ ସେହି ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ବର୍ତ୍ତମାନ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି । ଲକ୍ଷ୍ମୀପୁରରେ ଅଟକ ରହିଥିଲା ହୀରାଖଣ୍ଡ ଏକ୍ସପ୍ରେସ । କାକିରିଗୁମାରେ ଡିଏମ୍ ୟୁ ଏବଂ ବାଇଗୁଡାରେ ଅଟକିଥିଲା ସମଲେଶ୍ବରୀ ଏକ୍ସପ୍ରେସ । ଟ୍ରେନ୍ ଅଟକି ରହିଥବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।