ବାହାନଗା ରେଳ ଦୁର୍ଘଟଣା, ରେଲୱେ ସେଫ୍ଟଟି କମିଶନର ତଦନ୍ତ ଆରମ୍ଭ

Published By : Prameya-News7 Bureau | June 05, 2023 IST

ସୋର ୦୫।୦୬ : ବାହାନଗା ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ । ରେଲୱେ ସେଫ୍ଟଟି କମିଶନର ଶୈଳେଶ କୁମାର ପାଠକ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

wp:embed {"url":"https://www.prameyanews7.com/family-said-not-to-go-but-son-left-home-faced-train-accident/","type":"wp-embed","providerNameSlug":"prameya-news-7"}
https://www.prameyanews7.com/family-said-not-to-go-but-son-left-home-faced-train-accident/
/wp:embed

ଏହି ଗସ୍ତ ଅବସରରେ ଶୈଳେଶ କୁମାର ପାଠକ କହିଛନ୍ତି ଯେ, ତଦନ୍ତ ନିରପେକ୍ଷ ହେବ । ତଦନ୍ତ ପୂର୍ବରୁ କିଛି କହିବା ଉଚିତ୍ ନୁହେଁ ବୋଲି କହିଛନ୍ତି । ସୁରକ୍ଷାରେ କାହିଁକି ଅବହେଳା ହେଲା, କିଏ ଦାୟୀ, ଜାଣି ଶୁଣି କୌଣସି କର୍ମଚାରୀ କରିଛନ୍ତି ନା ଟେକ୍ନିକାଲ ତ୍ରୁଟି ଥିଲା । ଏସବୁ ଦିଗ ଉପରେ ଟିକନିକ୍‌ ତଦନ୍ତ କରାଯିବ । ତାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

wp:embed {"url":"https://www.prameyanews7.com/five-bogies-of-goods-train-derailed-in-bargarh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/five-bogies-of-goods-train-derailed-in-bargarh/
/wp:embed

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ଏବେ ଯାଏଁ ଦୁର୍ଘଟଣାରେ ମୋଟ୍ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିଭିନ୍ନ ମେଡିକାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି । ବାହାନଗା ଟ୍ରେନ୍ ଟ୍ରାଜେଡିର ତଦନ୍ତ କରିବ ସିବିଆଇ । ଏନେଇ ରେଳ ବିଭାଗକୁ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୁପାରିଶ କରିଛନ୍ତି ।

You Can Read :

wp:embed {"url":"https://www.prameyanews7.com/virender-sehwag-offer-free-education-for-children/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virender-sehwag-offer-free-education-for-children/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.