ସମଲେଶ୍ବରୀ ଏକ୍ସପ୍ରେସରେ ନିଆଁ ଲଗିବା ଘଟଣା : ତଦନ୍ତ ପାଇଁ ପହଞ୍ଚିଲେ ନିରାପତ୍ତା କମିଶନର

Published By : Prameya-News7 Bureau | June 28, 2019 IST

ରାୟଗଡା ୨୮|୬: ସମଲେଶ୍ବରୀ ଏକ୍ସପ୍ରେସରେ ନିଆଁ ଲଗିବା ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ନିରାପତ୍ତା କମିଶନର ଆର୍.କେ ଶର୍ମା । ତାଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳର ପରିଦର୍ଶନ କରିଛନ୍ତି । ତଦନ୍ତ କାଳରେ ମୋଟ୍ ୬୧ ଜଣଙ୍କୁ ପଚରାଉଚରା କରାଯିବ । ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ନିଲମ୍ବିତ କରାଯାଇଛି ।

{"id":128034}

ଗତ ୨୫ତାରିଖରେ ହାୱଡା ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ରାୟଗଡାର ସିଙ୍ଗାପୁର-କେଉଟପଡା ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ସମଲେଶ୍ବରୀ ଏକ୍ସପ୍ରେସ ସହ ବିଦ୍ୟୁତ ଲାଇନ୍ ମରାମତି ଟ୍ରେନ୍ ଧକ୍କା ହେବାରୁ ନିଆଁ ଲାଗିଯାଇଥିଲା । ଏଥିରେ ୩ ଜଣ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଷ୍ଟେସନ ମାଷ୍ଟରଙ୍କ ସହ ୫ ଜଣଙ୍କୁ ଘଟଣାରେ ନିଲମ୍ବନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.