ଧସିଲା ରେଳ ରାସ୍ତା : ଘର ଉପରକୁ ମାଡିଗଲା ମାଟି, ପକ୍କା ଘରେ ଫାଟ
13/02/2020 at 10:32 AM

ମାର୍ଶାଘାଇ ୧୩।୨: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଗୋସେଇଁବନ୍ଧଠାରେ ହରିଦାସପୁର-ପାରାଦୀପ ନିର୍ମାଣାଧୀନ ରେଳରାସ୍ତା ଦୁଇ ପଟକୁ ଧସିଯାଇଛି । ଫଳରେ ୩ଟି ପରିବାର ପ୍ରଭାବିତ ହୋଇଛି । ଘର ଉପରକୁ ମାଟି ମାଡି ଆସିଛି । ପକ୍କା ଘରଗୁଡିକରେ ଫାଟ ସୃଷ୍ଟି ହୋଇଛି । ଯାହାକୁ ନେଇ ଏହି ୩ ପରିବାର ସମେତ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ପୂର୍ବରୁ ଏନେଇ ଗ୍ରାମବାସୀମାନେ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରିନଥିଲା । ଏଥିପାଇଁ ଆଜି ଏଭଳି ଘଟଣା ଘଟିଛି ବୋଲି ଗ୍ରାମବାସୀ କହିଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ପ୍ରଭାବିତ ପରିବାର ଏବଂ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତୀ ଦେବାକୁ ଚେତାବନୀ ଦେଇଛନ୍ତି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023