ଭାରତୀୟ ରେଳର ବ୍ୟସ୍ତବହୁଳ ରୁଟ୍‌ରେ ଲାଗିଲା 'କବଚ', ୧୩୯ ଟ୍ରେନରେ ହେଲା ଇନ୍‌ଷ୍ଟଲ୍‌

Published By : Prameya-News7 Bureau | December 09, 2023 IST

ନୂଆଦିଲ୍ଲୀ ୦୯।୧୨ : ଟ୍ରେନ୍‌କୁ ସୁରକ୍ଷା ଦେବ 'କବଚ' । ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ନିରାପତ୍ତା ବ୍ୟବସ୍ଥା କବଚ ସାରା ଦେଶର ୧୪୬୫ କିମି ରୁଟ ଓ ୧୩୯ ଟ୍ରେନରେ କାର୍ଯ୍ୟକାରୀ କରାଯାଇଛି । ଏବେ ଏହି ବ୍ୟବସ୍ଥାକୁ ଲିଙ୍ଗାମାପାଲି-ଭିକାରାବାଦ- ୱାଡି ଏବଂ ବିକାରାବାଦ-ବିଦାର ସେକ୍ସନର ୨୬୫ କିମି, ମନମାଦ-ମୁଦଖେଦ- ଧୋନେ-ଗୁଣ୍ଟକାଲ ସେକ୍ସନର ୯୫୯ କିମି ଓ ବିଦାର-ପରଭାନି ସେକ୍ସନର ୨୪୧ କିମିରେ ଲାଗୁ କରାଯାଇଛି ।

wp:embed {"url":"https://www.prameyanews7.com/indian-railways-what-is-kavach-system-to-protect-from-train-accidents/","type":"wp-embed","providerNameSlug":"prameya-news-7"}
https://www.prameyanews7.com/indian-railways-what-is-kavach-system-to-protect-from-train-accidents/
/wp:embed

ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାୱଡା ରୁଟ୍‌ରେ ଏହାର କାର୍ଯ୍ୟକାରୀ ନେଇ ଟେଣ୍ଡର ଜାରି ହୋଇଛି । ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ ସିଷ୍ଟମ (ଏଟିପି) ବ୍ୟବସ୍ଥାରେ ଏହାକୁ ବିକଶିତ କରାଯାଇଛି । ସେହିଭଳି ୫ ବର୍ଷରେ ରେଲୱେର ୨.୯୪ ଲକ୍ଷ ପଦବୀ ପୂରଣ କରାଯାଇଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସଭାକୁ ସୂଚନା ଦେଇଛନ୍ତି ।

wp:embed {"url":"https://www.prameyanews7.com/sanjay-bangar-returned-ipl-team-punjab-kings/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sanjay-bangar-returned-ipl-team-punjab-kings/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.