‘ରିଲ’ ମନ୍ତ୍ରୀ କହିବାରୁ ଚିଡିଗଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | August 01, 2024 IST

ନୂଆଦିଲ୍ଲୀ : ଲୋକସଭାରେ ୧ ଅଗଷ୍ଟ ଗୁରୁବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଭାଷଣ କାଳରେ ଭୀଷଣ ହୋ ହଲ୍ଲା ହୋଇଛି। ରେଳମନ୍ତ୍ରୀ ଗୃହରେ ରେଳବାଇରେ ହୋଇଥିବା ସଂସ୍କାର ଓ ଲୋକ ପାଇଲଟଙ୍କ ଲାଗି  କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ କହୁଥିବା ବେଳେ ବିରୋଧି ଦଳରୁ କେହି ଜଣେ ତାଙ୍କୁ  ‘ରିଲ ମନ୍ତ୍ରୀ’ ବୋଲି କହି ଦେଇଥିଲେ। ଏହା ଶୁଣିବାମାତ୍ରେ ଅଶ୍ୱିନୀ ବୈଷ୍ଣବ ଚିଡି ଯାଇଥିଲେ ଓ କହିଥିଲେ ଚୁପ ଚାପ ବସ। ତେବେ ଆସନ୍ତୁ ଜାଣିବା ରେଳମନ୍ତ୍ରୀଙ୍କ ଭାଷଣ କାଳରେ ସଂସଦରେ ହୋଇଛି କ’ଣ? 

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକୋ ପାଇଲଟମାନଙ୍କୁ ରେଳବାଇର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ବୋଲି କହିଥିଲେ। ସେମାନଙ୍କ ପାଇଁ ମନ୍ତ୍ରାଳୟ ପକ୍ଷରୁ କିଛି ଜରୁରି ପଦକ୍ଷେପ ନିଆଯାଇଛି ବୋଲି ବୈଷ୍ଣବ ଗୃହକୁ ସୂଚିତ କରୁଥିଲେ। ଏହି ସମୟରେ ବିରୋଧୀ ଦଳର କେହି ଜଣେ ସାଂସଦ ରେଳ ମନ୍ତ୍ରୀଙ୍କୁ ‘ରିଲ ମନ୍ତ୍ରୀ’ କହିଦେଇଥିଲେ। ରେଳମନ୍ତ୍ରୀ ତତକ୍ଷଣାତ ଏହାର ଜବାବ ଦେଇଥିଲେ। କହିଥିଲେ ଆମେ କେବଳ ରିଲ ବନାଉ ନାହୁଁ, ଆମେ ପରିଶ୍ରମ କରିବା ଲୋକ ଓ କାମ କରିବା ଲୋକ। ଆପଣମାନଙ୍କ ଭଳି କେବଳ ରିଲ ତିଆରି କରି ଦେଖାଇବା ଲୋକ ନୁହେଁ। 

ଅଶ୍ୱିନୀ ବୈଷ୍ଣବ ଯେତେବେଳେ ସଂସଦରେ ଏହି କଥା କହୁଥିଲେ ସେତେବେଳେ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ କରୁଥିଲେ ଓ ବାରମ୍ବାର ରିଲ ମନ୍ତ୍ରୀ ବୋଲି କହୁଥିଲେ। ଏଥିରେ ଉତ୍ତେଜିତ ହୋଇ ବୈଷ୍ଣବ ବସ..ଚୁପ ଚାପ ବସ..ଏକଦମ ଚୁପ ବୋଲି କହିଥିଲେ। ଏହା ପରେ ସେ ବଚସ୍ପତି ଓମ ବିରଳାଙ୍କୁ ଗୃହର ଶାନ୍ତି ଶୃଙ୍ଖଳା ନିମନ୍ତେ ନିବେଦନ କରିଥିଲେ। ବିରୋଧୀ ଦଳଙ୍କ ହଟ୍ଟଗୋଳରେ ଶାସକ ଦଳ ସଦସ୍ୟମାନେ ସେମାନଙ୍କୁ ଚୁପ କରିବାକୁ ଉଦ୍ୟମ କରିଥିଲେ। ଫଳରେ ସଂସଦରେ ହୋ ହଲ୍ଲା ଜୋର ହୋଇଥିଲା। 

ସଦନରେ ଚାଲିଥିବା ହଟ୍ଟଗୋଳ ମଧ୍ୟରେ ଲୋକସଭା ବାଚସ୍ପତି ଅଶ୍ୱିନୀ ବୈଷ୍ଣବଙ୍କୁ କହିଥିଲେ ମାନନୀୟ ମନ୍ତ୍ରୀ ମହାଶୟ ଏଥି ପାଇଁ ଆପଣ କାହାକୁ ରେସପନସ୍ କରନ୍ତୁନି। ଆପଣ ଆପଣଙ୍କ କାମ କରନ୍ତୁ। ଏଥିରେ ବୈଷ୍ଣବ ହଟ୍ଟଗୋଳ ମଧ୍ୟରେ ତାଙ୍କ ଭାଷଣ ଜାରି ରଖିବା ସହ ଶେଷ କରିଥିଲେ। ଏଥିରେ ସେ ରେଳବାଇରେ ହୋଇଥିବା ନିଯୁକ୍ତି ସଂସ୍କାରର ସୂଚନା ମଧ୍ୟ ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.