ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ପଦ୍ମପୁର ଉପନିର୍ବାଚନ ବେଳେ ତେଜିଲା ରେଳ ପ୍ରକଳ୍ପ ରାଜନୀତି, ମନ୍ତ୍ରୀ ଟୁକୁନି ସାହୁଙ୍କୁ ଜବାବ ଦେଲେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

21/11/2022 at 10:02 PM

ଭୁବନେଶ୍ଵର/ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ବେଳେ ତେଜିଲା ପଦ୍ମପୁର ରେଳ ପ୍ରକଳ୍ପ ରାଜନୀତି । ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠିର ଜବାବ ରଖିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି, ବରଗଡ଼ ପଦ୍ମପୁର ଦେଇ ନୂଆପଡ଼ାକୁ ସଂଯୋଗ କରିବା ପାଇଁ ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡକୁ ପ୍ରକଳ୍ପର ଦାୟିତ୍ବ ଦିଆଯାଇଛି। ଏହି ସଂସ୍ଥା ରାଜ୍ୟ ସରକାରଙ୍କ  ଦ୍ବାରା ନିୟନ୍ତ୍ରିତ । ସର୍ଭେ ଏବଂ ଜମି ଅଧିଗ୍ରହଣ ସହ ଜଡିତ କାମକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ରେଳମନ୍ତ୍ରୀ । ବିଜେଡି କହିଛି ରେଳ ବିଭାଗ ନିଜେ ସର୍ଭେ ନ କରି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦୁଛି । । ଉଭୟ  ବିଜେଡି ଓ ବିଜେପିକୁ ସମାଲୋଚନା କରିଛନ୍ତି  କଂଗ୍ରେସ ।

ବରଗଡ଼ ନୂଆପଡ଼ା ଟ୍ରେନଲାଇନ୍ ବିବାଦକୁ ନେଇ ଚାଲିଛି ଚିଠି ରାଜନିତି । ରାଜ୍ୟ ଓ କେନ୍ଦ୍ର ଦୋଷ ଲଦାଲଦି  ହୋଇଛନ୍ତି । ପଦ୍ମପୁର ଦେଇ ବରଗଡ଼ ଓ ନୂଆପଡ଼ାକୁ ରେଳ ସଂଯୋଗ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ  ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଯାହାର ଜବାବ ରଖିଛନ୍ତି  ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।  ଏଥିରେ ସେ ଲେଖିଛନ୍ତି ବରଗଡ଼ରୁ ପଦ୍ମପୁର ଦେଇ ନୂଆପଡ଼ାକୁ ସଂଯୋଗ କରିବା ପାଇଁ ତିଆରି ହେବାକୁଥିବା ରେଳ ପ୍ରକଳ୍ପ ଦାୟିତ୍ବ ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ ORIDL  କୁ ଦିଆଯାଇଛି।  ଏହା ରାଜ୍ୟ ସରକାରଙ୍କ  ଦ୍ବାରା ନିୟନ୍ତ୍ରିତ । ସର୍ଭେ ଏବଂ ଜମି ଅଧିଗ୍ରହଣ ସହ ଜଡିତ କାମକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ରେଳମନ୍ତ୍ରୀ ।

ସେପଟେ ବରଗଡ ସାଂସଦ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମୀଳନୀ କରି କହିଛନ୍ତି  ଉପନିର୍ବାଚନ ଥିବାରୁ ପଦ୍ମପୁରବାସୀଙ୍କୁ ଭ୍ରମିତ କରିବା ଲାଗି ଶାସକ ଦଳର ଏମିତି ଚାଲ୍ ଖେଳୁଛି । ବରଗଡ଼-ନୂଆପଡ଼ା ରେଳ ଲାଇନ ପାଇଁ ପୂର୍ବରୁ ବିଜେପି ଉଦ୍ୟମ ଆରମ୍ଭ କରିଛି । ସେପଟେ ବିଜେଡି ସାଂସଦ ସସ୍ମିତ ପାତ୍ର  ପଚାରିଛନ୍ତି , ଏବେ ଏହି ପ୍ରସ୍ତାବିତ ପ୍ରକଳ୍ପକୁ ୩ ବର୍ଷ ପୂରଣ ହୋଇଛି କିନ୍ତୁ କାହିଁକି ପ୍ରକଳ୍ପ କାମ ଆରମ୍ଭ ହୋଇପାରୁନି । ରାଜ୍ୟ ସରକାର ଏଥିପାଇଁ ଜମି ଏବଂ ୩୦୦ କୋଟି ଟଂକା ଯୋଗାଇ ଦେବେ ବୋଲି କହିଛନ୍ତି । କିନ୍ତୁ ରେଳ ଲାଇନ୍ ପ୍ରକଳ୍ପ ତିଆରି ନହେବା ରାଜ୍ୟକୁ କେନ୍ଦ୍ର ଅଣଦେଖା କରୁଛି ବୋଲି ବିଜେଡି ଅଭିଯୋଗ କରିଛି।

ସେପଟେ ଉଭୟ  ବିଜେଡି ଓ ବିଜେପିକୁ ସମାଲୋଚନା କରିଛନ୍ତି  କଂଗ୍ରେସ ବିଧାୟକ ଦଳ ନେତା  ନରସିଂହ ମିଶ୍ର,  ।   ଆଗକୁ ନିର୍ବାଚନ ଥିବାରୁ ପ୍ରକଳ୍ପକୁ ନେଇ ଦୁଇ ଦଳ ରାଜନୀତି କରୁଛନ୍ତି ।  ଏପରିକି ନିର୍ବାଚନ ଆସିଲେ ପ୍ରକଳ୍ପ କଥା ମନେପଡେ  ଚିଠି ଦେବାନେବା ହୋଇଥାଏ  ବୋଲି ନରସିଂହ କହିଛନ୍ତି । ବରଗଡ଼ରୁ ନୂଆପଡ଼ା ୧୪୨ କିଲୋମିଟର ରେଳପଥ ବରଗଡ଼ର ବିଜେପୁର ଓ ପଦ୍ମପୁର ଦେଇ ଯିବ। ଏଥିରେ ରାଜ୍ୟ ସରକାରଙ୍କ ଅଂଶଧନ ୫୧ ପ୍ରତିଶତ ଥିବା ବେଳେ ରେଳ ମନ୍ତ୍ରଣାଳୟର ଅଂଶଧନ ରହିଛି ୪୯ ପ୍ରତିଶତ।

   Related Posts