vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

‘ଅଗ୍ନିପଥ’ ବିରୋଧ ରେଳବାଇ ଲାଗି ଦଶନ୍ଧୀର ସବୁଠୁ ବଡ଼ କ୍ଷତି, ଉଜୁଡି ଯାଇଛି ହଜାର କୋଟିର ସମ୍ପତ୍ତି

23/06/2022 at 4:32 PM

ନୂଆଦିଲ୍ଲୀ ୨୩।୬:  କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ବିରୋଧ ରେଳବାଇକୁ ବିପୁଳ କ୍ଷତିରେ ପକାଇଛି। ଯୋଜନା ବିରୋଧ କାଳରେ ବିକ୍ଷୋଭକାରୀ ସ୍ଥାନେ ସ୍ଥାନେ ରେଳ ରୋକ ଆନ୍ଦୋଳନ କରିବା ସହ ଟ୍ରେନରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ଏଥିରେ ଅନେକ ଟ୍ରେନ ଓ ପ୍ଲାଟଫର୍ମରେ ଭଙ୍ଗା ରୁଜା କରିବା ରେଳବାଇର କ୍ଷତିକୁ ବହୁଗୁଣିତ କରିଥିଲା। ବିକ୍ଷୋଭ ଯୋଗୁ ରେଳବାଇଙ୍କର ହୋଇଥିବା କ୍ଷତିର ଏବେ ଆକଳନ କରାଯାଉଛି। ତେବେ ଏଥର ହୋଇଥିବା କ୍ଷତି ଦଶନ୍ଧୀର ସବୁଠୁ ବଡ଼ କ୍ଷତି ବୋଲି କହିଛନ୍ତି ରେଳବାଇ।

ରେଳବାଇ ଜୁନ ୧୮ ତାରିଖରେ ୪ ଦିନର ପ୍ରଦର୍ଶନରେ ପାଖାପାଖି ୭୦୦ କୋଟି ଟଙ୍କାର କ୍ଷତି ଦର୍ଶାଇଥିଲେ। ତେବେ ପରେ ମୋଟ କ୍ଷୟକ୍ଷତି ହଜାରେ କୋଟିକୁ ବି ଟପିଯିବ ବୋଲି ଏବେ କହିଲେଣି। ଦଶକରେ ରେଳବାଇ ବିଭିନ୍ନ ଘଟଣାରେ ୩୭୫ କୋଟି ଟଙ୍କାର କ୍ଷତି ସହିଛନ୍ତି। ହେଲେ ମାତ୍ର ୪ ଦିନରେ ୧ ହଜାର କୋଟି ଟଙ୍କାର କ୍ଷତି ବାସ୍ତବିକ ରେଳବାଇ ପାଇଁ ଏବେ ବଡ଼ କ୍ଷତି ବୋଲି ବିଚାର କରାଯାଉଛି। ତେବେ କେବଳ ଅଗ୍ନିପଥ ବିରୋଧ ନୁହେଁ ଏହା ପୂର୍ବରୁ ଗତ ଜାନୁୟାରୀରେ ଆରଆରବି-ଏନଟିପିସି ପରୀକ୍ଷା ଫଳାଫଳକୁ ନେଇ ପରୀକ୍ଷାର୍ଥୀମାନେ ଉଗ୍ର ପ୍ରଦର୍ଶନ କରିଥିଲେ। ସେତେବେଳେ ମଧ୍ୟ ବିକ୍ଷୋଭକାରୀ ରେଳବାଇଙ୍କୁ ଟାର୍ଗେଟ କରିଥିଲେ। ଫଳରେ ରେଲୱେଙ୍କର ବିପୁଳ କ୍ଷତି ହୋଇଥିଲା।

ତେବେ ଦେଶରେ ସମୟ ସମୟରେ ହେଉଥିବା ବିରୋଧ ଓ ବିକ୍ଷୋଭରେ ରେଳବାଇ କେତେ କ୍ଷତିରେ ପଡନ୍ତି ତାର ଏକ ତଥ୍ୟ ଜାରି କରିଛନ୍ତି। ଏଥିରେ କେଉଁ କେଉଁ ବର୍ଷ ରେଳବାଇ ଏପରି କାରଣ ଯୋଗୁ କେତେ କ୍ଷତିରେ ପଡିଛନ୍ତି ତାର ବିବରଣୀ ଦେଇଛନ୍ତି। ବିବରଣୀ ଅନୁସାରେ ୨୦୨୦-୨୧ରେ ବିକ୍ଷୋଭ ଓ ବିରୋଧ ଯୋଗୁ ଆଇନଶଋଙ୍ଖଳା ପ୍ରଭାବିତ ହେବାରୁ ରେଳବାଇ ୪୬୭.୨୦ କୋଟି ଟଙ୍କାର କ୍ଷତିରେ ପଡିଥିବାର ଉଲ୍ଲେଖ କରିଥିବା ବେଳେ ଏଥିରେ କେବଳ ପଞ୍ଜାବରେ ୪୬୫ କୋଟି ଟଙ୍କାର କ୍ଷତି ହୋଇଥିବାର ସୂଚିତ କରିଛନ୍ତି। ଏହା ପୂର୍ବରରୁ ୨୦୧୯-୨୦ରେ ୧୦୦ କୋଟି ଟଙ୍କାର କ୍ଷତି ହୋଇଥିଲା।  

 ବିକ୍ଷୋଭକାରୀ ଟ୍ରେନ ପୋଡିବା, ଧାରଣା ଭଙ୍ଗାରୁଜା କରିବା ଯୋଗୁ ତ କ୍ଷତି ହେଉଛି, ତେବେ ଏଥିଯୋଗୁ ପରେ ଟ୍ରେନ ଚଳାଚଳ ଉପରେ ପଡୁଥିବା ପ୍ରଭାବ ଯୋଗୁ ମଧ୍ୟ ଆର୍ଥିକ କ୍ଷତି ବଢ଼ିବଢ଼ି ଯାଉଛି। ଟ୍ରେନମାନଙ୍କର ଯାତ୍ରା ବାତିଲ କରାଯିବା, ଟ୍ରେନରେ ଟିକେଟ କରିଥିବା ଯାତ୍ରୀଙ୍କ ଟିକେଟ ବାବଦ ଅର୍ଥ ରିଫଣ୍ଡ କରିବାରେ ମଧ୍ୟ ରେଲବାଇଙ୍କୁ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। ଏଥିରେ ଟ୍ରେନର ହେଉଥିବା କ୍ଷତି ଓ ମରାମତି ବାବଦ ବ୍ୟୟ ମଧ୍ୟ ରେଳବାଇଙ୍କୁ ବହନ କରିବାକୁ ପଡୁଛି।

ଗୋଟିଏ ସାଧାରଣ ବଗି ନିର୍ମାଣ ଲାଗି ୮୦ ଲକ୍ଷ ଟଙ୍କା ବ୍ୟୟ ହେଉଥିବା ବେଳେ ସ୍ଲିପର କୋଚ ଲାଗି ୧.୨୫ କୋଟି ଟଙ୍କା ଖର୍ଚ୍ଚ ଆସି ଯାଉଛି। ଏଥିରେ ଏସି କୋଚ ଲାଗି ୩.୫ କୋଟି ଟଙ୍କା ଖର୍ଚ୍ଚ ପଡୁଥିବା ବେଳେ କେବଳ ଇଞ୍ଜିନ ୨୦ କୋଟି ଟଙ୍କା ପଡୁଛି।  ଏହି ହିସାବରେ ଗୋଟିଏ ୧୨ ବଗିର ଟ୍ରେନର ମୋଟ ମୂଲ୍ୟ ୪୦ କୋଟି ଟଙ୍କା ପଡୁଥିବା ବେଳେ ୨୪ ବଗିର ଟ୍ରେନ ଲାଗି ୭୦ କୋଟି ଟଙ୍କା ବ୍ୟୟ ହେଉଛି।

   Related Posts