ରେଲୱେକୁ ନେଇ ଖୁସି ଖବର, ଏବେ ସୁଦ୍ଧା ମିଳିଛି ୨୮ ପ୍ରତିଶତ ଅଧିକ ରାଜସ୍ୱ

Published By : Prameya-News7 Bureau | January 20, 2023 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରେଲୱେରେ ସୁଧାର ଆଣିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ନିଜେ ରେଲୱେର ବିକାଶ କାମରେ ଯୋଡି ରହୁଛନ୍ତି । ନିକଟରେ ରେଲୱେ ନିଜର ମାଲ ପରିବହନ ଏବଂ ଯାତ୍ରୀ ରାଜସ୍ୱରେ ୨୮ ପ୍ରତିଶତ ବୃଦ୍ଧି ଦେଖିଛି । ଚଳିତ ଆର୍ଥିକ ବର୍ଷ ଜାନୁଆରୀ ୧୮ ସୁଦ୍ଧା ରାଜସ୍ୱ ବଢି ୧.୯ ଲକ୍ଷ କୋଟି ଟଙ୍କା ହୋଇଛି । ଗତ ବର୍ଷ ଏହି ଆୟ ୧.୩ ଲକ୍ଷ କୋଟି ଟଙ୍କା ଥିଲା। କୋଇଲା, ସିମେଣ୍ଟ ଏବଂ କେମିକଲ୍ସ ପରିବହନ ଯୋଗୁଁ ରେଲୱେକୁ ଅଧିକ ଲାଭ ହୋଇଛି ।

ପରିବହନରେ ଅଧିକ ଚାହିଦା ଯୋଗୁଁ ରେଲୱେକୁ ପ୍ରତି ମାସରେ ପ୍ରାୟ ୨,୦୦୦ ଡବା ଯୋଡିଛି । ଚଳିତ ଆର୍ଥିକ ବର୍ଷ ପାଇଁ ନିଜ ବଜେଟ ଆୟ ୨.୩ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟର ୮୧ ପ୍ରତିଶତରେ ଥିବା ରେଲୱେ ଆସନ୍ତା କିଛି ସପ୍ତାହରେ ନିଜ ଲକ୍ଷ୍ୟ ହାସଲ କରିନେବ ।

{"id":735433,"width":840,"height":472,"sizeSlug":"full","linkDestination":"none"}

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଆର୍ଥିକ ବର୍ଷରେ ଜାନୁଆରୀ ୧୮ ସୁଦ୍ଧା ୫୨ ହଜାର କୋଟି ଟଙ୍କାର ଯାତ୍ରୀ ରାଜସ୍ୱ ରେକର୍ଡ ସ୍ତରରେ ପହଞ୍ଚିଛି । ୨୦୧୮-୧୯ରେ ଏହି ଆୟ ୫୧,୦୦୦ କୋଟିରୁ ଅଧିକ ଥିଲା । ଆର୍ଥିକ ବର୍ଷରେ ଜାନୁଆରୀ ୧୮ ସୁଦ୍ଧା ମାଲ ପରିବହନରୁ ହେଉଥିବା ଆୟ ୧୫.୬ ପ୍ରତିଶତ ବଢି ୧.୩ ଲକ୍ଷ କୋଟି ଟଙ୍କା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.