ସ୍ପେଶିଆଲ ଟ୍ରେନ ସଞ୍ଚାଳନ ନେଇ ରେଲୱେଙ୍କ ଗାଇଡଲାଇନ୍, ଯାତ୍ରୀଙ୍କଠୁ ଭଡା ଆଦାୟ କରିବେ ରାଜ୍ୟ ସରକାର

Published By : Prameya-News7 Bureau | May 03, 2020 IST

ନୂଆଦିଲ୍ଲୀ ୩।୫: ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କୁ ଅଣାଇବା ଲାଗି ରାଜ୍ୟ ସରକାରମାନଙ୍କ ନିବେଦନ ପରେ ଭାରତୀୟ ରେଳ ଦେଶରେ ସ୍ୱତନ୍ତ୍ର ଟ୍ରେନ ଚଳାଇଛନ୍ତି। ଏହି କ୍ରମରେ କେତେକ ରାଜ୍ୟର ଶ୍ରମିକଙ୍କୁ ସେମାନଙ୍କ  ଗୃହ ରାଜ୍ୟରେ ପହଞ୍ଚା ଗଲାଣି ମଧ୍ୟ । ତେବେ ସ୍ପେଶାଲ ଟ୍ରେନ ନେଇ କେନ୍ଦ୍ର ରେଳମନ୍ତ୍ରାଳୟ ରବିବାର ଗାଇଡଲାଇନ ଜାରି କରିଛନ୍ତି। ଯେଉଁଥିରେ ପ୍ରତି ଯାତ୍ରୀଙ୍କ ରେଳଭଡା ଲାଗି ରେଳମନ୍ତ୍ରାଳୟ ରାଜ୍ୟ ସରକାରମାନଙ୍କୁ ପ୍ରାଧିକୃତ କରିଛନ୍ତି। ଏଣୁ ଏଭଳିଯାତ୍ରୀଙ୍କଠାରୁ ଭଡା ଆଦାୟ କରି ରେଳବାଇଙ୍କୁ ସମ୍ପୂର୍ଣ୍ଣ ପୈଠ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

{"id":263970,"width":576,"height":379,"sizeSlug":"large"}

ରେଳବାଇଙ୍କ ଦ୍ୱାରା ଜାରି ଗାଇଡଲାଇନ ଅନୁସାରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଲାଗି ପ୍ରିଣ୍ଟ ହେଉଥିବା ଟିକେଟ୍ ସରକାରଙ୍କ ଯାତ୍ରୀ ଲିଷ୍ଟ ଅନୁସାରେ ପ୍ରସ୍ତୁତ ହେଉଛି। ଟ୍ରେନର ମୋଟ ଯାତ୍ରୀ କ୍ଷମତାର ୯୦ ପ୍ରତିଶତ ପରିବହନ କରାଯାଉଥିବା ବେଳେ ରାଜ୍ୟ ପ୍ରଶାସନ ଯାତ୍ରୀମାନଙ୍କୁ ରେଳ ଟିକେଟ୍ ପ୍ରଦାନ କରି ସେମାନଙ୍କ ଠାରୁ ଟ୍ରେନ ଭଡା ଆଦାୟ କରିବା ସହ ରେଳବାଇଙ୍କୁ ପୈଠ କରିବେ।

{"id":263971,"sizeSlug":"large"}

ରେଳବାଇ ତାଙ୍କ ଗାଇଡଲାଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ‘ଲକଡାଉନ୍‌ରେ ଏହି ରେଳ ସେବା କେବଳ ସେହିମାନଙ୍କ ଲାଗି ଉପଲବ୍ଧ ହେଉଛି , ଯେଉଁମାନଙ୍କୁ ରାଜ୍ୟ ସରକାରମାନେ ପ୍ରାଧିକୃତ କରିଛନ୍ତି ’ । ଏଣୁ ଯେଉଁମାନଙ୍କୁ ରାଜ୍ୟ ସରକାର ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚାଉଛନ୍ତି ପ୍ଲାଟଫର୍ମକୁ କେବଳ ସେମାନଙ୍କୁ ଅନୁମତି ମିଳୁଛି। ଏଣୁ ଅନ୍ୟ ଲୋକେ ଏହି ସମୟରେ ଷ୍ଟେସନରୁ ଦୂରେଇ ରୁହନ୍ତୁ। 

{"id":263972,"sizeSlug":"large"}

ଲକଡାଉନ ଯୋଗୁ ରେଳବାଇ ସମସ୍ତ ଉପନଗରୀୟ ରେଳ ଓ ଏକ୍ସପ୍ରେସ୍ ରେଳ ସେବା ବନ୍ଦ ରଖିଛନ୍ତି। ଏଣୁ ରେଳସେବା ସ୍ୱଭାବିକ୍ ହେବା ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ କହିଛନ୍ତି। ଏହା ପୂର୍ବରୁ ରେଳବାଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ନୋଡାଲ ଅଫିସର ନିଯୁକ୍ତ କରିଥିଲେ। ଏହା ଛଡା ରେଳବାଇ ଟିକେଟ୍ ବିକ୍ରି, ପ୍ଲାଟଫର୍ମ ଓ ଟ୍ରେନ୍‌ରେ ସୋସିଆଲ ଡିଷ୍ଟାନସିଂ ପାଳନ ଓ ଅନ୍ୟ ସୁରକ୍ଷା ଉପାୟ ଅବଲମ୍ବନ ନେଇ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.