ଆବେଦନକାରୀଙ୍କ ପାଇଁ ଖୁସି ଖବର, ଡିସେମ୍ବର ୧୫ରୁ ଆରମ୍ଭ ହେବ ରେଲ୍ଓ୍ବେ ପରୀକ୍ଷା

Published By : Prameya-News7 Bureau | September 05, 2020 IST

ନୂଆଦିଲ୍ଲୀ ୦୫/୦୯: କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା କମଜୋର ହୋଇପଡ଼ିଛି। ଅନ୍ୟପଟେ ବେରୋଜଗାରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ବେରୋଜଗାର ଯୁବକ-ଯୁବତୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି।

ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଟ୍ବିଟ୍‌ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, ‘ରେଲଓ୍ବେର ବିଭିନ୍ନ ପଦବୀ ପାଇଁ ସମସ୍ତ ୩ ଶ୍ରେଣୀର ଭର୍ତ୍ତୀ ପ୍ରକ୍ରିୟା ପାଇଁ ହୋଇଥିବା ଆବେଦନର ଯାଞ୍ଚ ସରିଛି । ବିଭିନ୍ନ ପଦବୀରେ ଭର୍ତ୍ତୀ ପାଇଁ ପରୀକ୍ଷା ୧୫ ଡିସେମ୍ବରରୁ ଆରମ୍ଭ ହେବ।’

wp:core-embed/twitter {"url":"https://twitter.com/PiyushGoyal/status/1302222593022328832","type":"rich","providerNameSlug":"twitter","className":""}
https://twitter.com/PiyushGoyal/status/1302222593022328832
/wp:core-embed/twitter

ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ପାଇଁ ବିଭିନ୍ନ ସରକାରୀ ବିଭାଗରେ ଭର୍ତ୍ତୀ ପାଇଁ ପରୀକ୍ଷା କରାଯାଇନାହିଁ।  ଯେଉଁଥିପାଇଁ ବେରୋଜଗାର ଯୁବପୀଢ଼ି ନାରାଜ ଅଛନ୍ତି । ସରକାର ଯେତେବେଳେ ଜେଇଇ ଓ ନିଟ୍ ପରୀକ୍ଷା କରିବାକୁ ସବୁ ପ୍ରକାର ବନ୍ଦୋବସ୍ତ କରିପାରୁଛନ୍ତି ଏସଏସସି ଓ ରେଲଓ୍ବେ ପରୀକ୍ଷା କାହିଁକି କରିପାରିବେନି ବୋଲି ପ୍ରଶ୍ନ ଉଠାଇଥିଲେ ଆବେଦନକାରୀ । ଏନେଇ ଆବେଦନ କରିଥିବା ପିଲା ଟ୍ବିଟରରେ କ୍ୟାମ୍ପେନ ମଧ୍ୟ ଚଳାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.