ଦାମନଯୋଡି ଷ୍ଟେସନ ନିକଟରେ କାର୍‌କୁ ଧକ୍କା ଦେଲା ଟ୍ରେନ୍‌ ଇଞ୍ଜିନ୍‌, ୩ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | October 02, 2022 IST

କୋରାପୁଟ, ୦୨/୧୦: ଦାମନଯୋଡି ଷ୍ଟେସନ ନିକଟରେ ଟ୍ରେନ୍‌ ଦୁର୍ଘଟଣା ଘଟିଛି । ଆମ୍ବଗାଁ-କିଲାର ଲେବୁଲ କ୍ରସିଂରେ କାରକୁ ଧକ୍କା ଦେଲା ଟ୍ରେନ୍ ଇଞ୍ଜିନ । ଫଳରେ ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଦାମନଯୋଡି ନାଲକୋ ଡାକ୍ତରଖାନାରେ ଆହତଙ୍କୁ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ଦାମନଯୋଡି ପୋଲିସ ସହ ରେଲ୍‌ୱେ ପୋଲିସ୍‌ ଫୋର୍ସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.